ସ୍ଥିର ସମୟ
ସ୍ଥିର ସମୟ
ସମୟ ଚାଲିଛି ଗଡିଗଡି
ଖାଲି ଦୃଶ୍ୟମାନ ହେଉଛି
ଶିଳ ଶିଳପୁତା ଗଗନେ ଉଡୁଛି
ତା ସହିତ ଦୋରଙ୍ଗୀ ଦୁନିଆ ବି
ରଙ୍ଗୀନ ସ୍ବପ୍ନ ପଛରେଧାଇଛି
ଅଣନିଃଶ୍ବାସୀ ହୋଇ ମଣିଷ
ଶିଖରର ତୂଡା ଛୁଇଁବାକୁ
ମନ ତଳେ ଉଙ୍କିମାରେ
କେତେ ଆଶା ଅସୁମାରୀ
ଭାବର ଭାବନା ବି ଯାଇଛି ବଦଳି
ଆଧୁନିକତା ପ୍ରଭାବରେ ଆଜି
ସ୍ଥିର ସମୟ ନାହିଁ ଆଉ କିଛି
ସମୟ କ୍ଷଣକୁ କ୍ଷଣ ଯାଇଛି ବଦଳି।
ବିଜ୍ଞାନର ବିକାଶ ପାଇଁ ତତ୍ପର ହୋଇ
ସମୟ ବି ପରିବର୍ତନ ସ୍ବର ରେ
ଆଜି ଚକା ଭଉଁରୀ ଖେଳୁଛି
ପ୍ରତି ମୁହୂର୍ତ୍ତ ରେ ମନକୁ ନିୟନ୍ତ୍ରିତ
ନକରି ଚାଲିଛି ଅବିଶ୍ରାନ୍ତ ଗତିରେ
କେତେ ବେଳେ ଝଡି ଯାଉଛି ଅବେଳରେ,
ନିୟତିର କରାଳ ଗ୍ରାସରେ ପେଶି ହୋଇ
ଦୁର୍ବଳ ମାନସିକତାର ଚାପରେ ପଡି
ଛଟପଟ ହେଉଛି ଏଥିରେ ଦ୍ଵିମତ ନାହିଁ।
