STORYMIRROR

Sushree sangita Swain

Abstract

4  

Sushree sangita Swain

Abstract

ସ୍ଥବିର

ସ୍ଥବିର

1 min
297

କାହିଁକି ମୁଁ ଉଦାସୀନ, ଏ ଜୀବନ ପ୍ରତି

ଦୀପ ପରି ବିଛିନ୍ନ ମୁଁ

ସଂସାର ସାଗର ମଧ୍ୟେ

ନିଜେ ବି ଜାଣେନା କାହିଁକି ନିଃସଙ୍ଗ

ମାନସିକ ଅବସାଦଗ୍ରସ୍ତ

ଖଣ୍ଡିତ ମୋ ଦୁର୍ବଳ ବ୍ୟକ୍ତିତ୍ୱ

ଅନ୍ଧ କରି ଦିଏ ମୋତେ

ଆଦିମ ଅସ୍ଥିରତା

କରିଦିଏ ମୋହଗ୍ରସ୍ତ

ତୁଟିଯାଏ ଆସ୍ଥା ମୋ ନିଜ ଉପରୁ

ପାଏନା ମୁଁ କିଛି ବି ଉତ୍ତର

ହତାଶା ର ଗ୍ଲାନି ବୋହି ବୋହି

ପାଲଟିଛି ଏକାନ୍ତ ସ୍ଥବିର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract