STORYMIRROR

Sushree sangita Swain

Drama

3  

Sushree sangita Swain

Drama

ଗ୍ରାମ ପଥ

ଗ୍ରାମ ପଥ

1 min
12.1K

ସେ ଯେ ମୋର ତାରୁଣ୍ୟର ପ୍ରଥମ ଉଲ୍ଲାସ, 

ଯୌବନର ଆଦ୍ୟ ପରଶ, 

ଜୀବନର ଚଲାପଥେ ବିଶ୍ୱସ୍ତ ପଥିକ, 

ବାର୍ଦ୍ଧକ୍ୟର ଭଙ୍ଗା ନାବେ  

ନିଆରା ନାବିକ ।

ସାକ୍ଷୀ ସେ ମୋ  ପ୍ରଥମ ପ୍ରେମର, 

ସାକ୍ଷୀ ସେ ମୋ  ଜୀବନ ରେଖାର, 

କର୍ତବ୍ୟ କର୍ମର,  ମୋ ପାପ ପୁଣ୍ୟର ।

ସୁଖ ଦୁଃଖ ହସ କାନ୍ଦ 

ଅଭୁଲା ସ୍ମୃତିର,  

ଜୀବନ ଜଂଜାଳ ଭରା କଣ୍ଟକିତ ପଥର 

ସାରଥୀ ସେ ପୁଣି ମୋ ଶବ ସଵାରୀର 

ସେ ଯେ ଠିକଣା ମୋ  

ଗ୍ରାମ, ମୋ ଗ୍ରାମ୍ୟ ପଥର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama