ନାରୀ
ନାରୀ

1 min

247
ଦୀପ୍ତିମନ୍ତ ଦିପଟିଏ ନାରୀ
ସମସ୍ତଙ୍କୁ ଆଲୁଅ ଦେଇ ସାରି
ନିର୍ବାସିତ ଅନ୍ଧକାରକୁ ବରଣ କରିଥିବା ଶବ୍ଦଟିଏ ନାରୀ ।
ଧୋକା, ପ୍ରତାରଣା, ପ୍ରବଞ୍ଚନା, ପକ୍ଷପାତିତା ସହ୍ୟକରି
ସମସ୍ତଙ୍କୁ କ୍ଷମା କରି ଜାଣି ଥିବା ଶବ୍ଦଟିଏ ନାରୀ ।
ଏନ୍ତୁଡ଼ିରୁ ଶ୍ମଶାନ ଯାଏଁ
ଭାଗ୍ୟର ବିପର୍ଯୟ ବିରୁଦ୍ଧରେ
ଲଢ଼ୁଥିବା ଶବ୍ଦଟିଏ ନାରୀ
ନାରୀ କେବଳ ଶବ୍ଦ ନୁହେଁ,
ସମଗ୍ର ସତ୍ତାଟିଏ
ପରିପୂର୍ଣ୍ଣ ଅର୍ଥଟିଏ ।।