ପ୍ରେମର ସଂଜ୍ଞା
ପ୍ରେମର ସଂଜ୍ଞା
ବଦଳି ଯାଇଛି ଆଜି ପ୍ରେମର ସଂଜ୍ଞା
ପାଲଟିଛି ଧୋକା ବିଶ୍ୱାସଘାତକତା
ମହନୀୟତାର ସେ ଦିବ୍ୟତମ ସତ୍ତା
ହରାଇଛି ଶାଶ୍ୱତ ପ୍ରତିବଦ୍ଧତା...
ପ୍ରେମ ପାଲଟିଛି ଉପଭୋଗ ବସ୍ତୁ
ସାତ୍ତ୍ଵିକ ପ୍ରେମ ଅଳୀକ କଳ୍ପନା
ଦୈହିକ ପ୍ରେମ ପଛେ ଧାଇଁଛି ମଣିଷ
ହୃଦୟରେ ସମ୍ଭୋଗର ଉଦଗ୍ର ବାସନା.

