STORYMIRROR

Sushree sangita Swain

Drama

2  

Sushree sangita Swain

Drama

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
3.4K

ନିଜ ଘରେ ପଣ ବନ୍ଦୀ ପରି ରହୁଥିବ 

ଦିନ ଗଣୁ ଥିବ ଯିବା ପାଇଁ ଏ ଲୋକ ରୁ 

ମୁକ୍ତି ଚାଁହୁଥିବ ଏ ଅଭିଶପ୍ତ ଜୀବନ ରୁ 

ଲୁହ ଲହୁ ନିଗାଡ଼ି ତିଆରି ଥିବା ଘର ଟା 

ଥିବ ଆଉ କାହା କବ୍ଜା ରେ

ଆଉ କାହା ହୁକୁମ  ରେ ବାଧ୍ୟ ସନ୍ତାନ ଟା 

ଉଠ ବସ ହେଉଥିବ 

ସକାଳ ଚାହା ଅଭ୍ୟାସ ଟା 

ଛାଡିବାକୁ ହେବ

ଅସହାୟ ସନ୍ତାନ  କୁ ଦେଖି 

ଧିକ୍କାରିବ ନିଜ  ପିତୃତ୍ୱ କୁ

ସ୍ତ୍ରୀ ର ଫୋଟୋ  ଦେଖି ଅଭିମାନ କରୁଥିବ, 

ଦୁଃଖରେ ଭାଙ୍ଗି  ପଡୁଥିବ, 

ଚଷମା ଭିତରୁ ସଜଳ ଆଖିକୁ, 

ଲୁଚାଇବାର ଅସଫଳ ଚେଷ୍ଟା କରୁଥିବ, 

ଅଭିଶପ୍ତ ଜୀବନ  ପାଇଁ କପାଳ କୁ ନିନ୍ଦୁଥିବ  

ନିଜର ଇଛା ମାନଙ୍କୁ କବର ଦେଇ 

କାଗଜ ର ଫୁଲ ପରି 

ଉପେକ୍ଷା ର ଫୁଲଦାନୀ ପରେ

ଘର କୋଣେ ପଡିରହିଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama