ହେ ତରୁଣ
ହେ ତରୁଣ
ଜାଗ ଜାଗରେ ତରୁଣ
ଗାନ କର ନବୀନ ସୂର୍ଯ୍ୟର ଆବାହନୀ,
ଦେଶ ପ୍ରେମର ଉନ୍ମାଦନା ମନରେ ଜାଗୁ
ଏ ଜୀବନ ଯୌବନ ଦେଶ ମାତୃକା ସେବାରେ ଲାଗୁ |
ଭଗତ ସିଂ, ଖୁଦିରାମ ହୁଅନ୍ତୁ ଆଦର୍ଶ,
ବିବେକାନନ୍ଦ ସମ ଓଜସ୍ବି ହୁଅ ,
ତେଜି ଆଳସ୍ୟ |||
ତୁମେ ତ ଆଗାମୀ ଭବିଷ୍ୟତ
ତୁମେ ତ ସମ୍ଭାବନାର ସୂତ୍ର
ତ୍ୟାଗ କରି ଇର୍ଷା, ଦ୍ୱେଷ
ସର୍ବେ ହୁଅରେ ଏକତ୍ର ||||
