ଗୁରୁ
ଗୁରୁ
1 min
108
ହେ ଗୁରୁ, ହେ ଜ୍ଞାନ ର ବର୍ତ୍ତିକା
ସଂସାର ଉପବନେ
ଆମେ ସବୁ ତରୁଲତା ଡାଳ
ସ୍ନେହ, ଶିକ୍ଷା ବାରି ରେ
ପରିପୁଷ୍ଟ ଆମ ଜୀଵନ ସକଳ
ବ୍ରହ୍ମା ତୁମେ,
ବିଷ୍ଣୁ ତୁମେ
ତୁମେ ତ ଭୋଳା ମହେଶ୍ୱର
ହେ ଗୁରୁ
ତିମିରାନ୍ଧ ଜୀବନ ରାଜ ଦାଣ୍ଡେ
ହେଲେ ପଥଭ୍ରଷ୍ଟ ଦିଶା ହୀନ
ତୁମ ଦିଗଦର୍ଶନ ହେଉ ଆମ
ପାଇଁ ଆଲୋକ ବର୍ତ୍ତିକା,
ହେ ମହାନୁଭବ, ମହାନ
