STORYMIRROR

Pravatirani Mohanty

Tragedy

4  

Pravatirani Mohanty

Tragedy

ସ୍ତବଧ ଶିଖାର ଛାଇ

ସ୍ତବଧ ଶିଖାର ଛାଇ

1 min
233


ନିଚ୍ଛକ ସତର କାହାଣୀ ଟିଏ

  ସ୍ତବଧ ଶିଖାର ଛାଇ

ଜଳୁଛି ଜଳିବ ଜଳୁଥିବ ପୁଣି

  ଆକାଶ କୁ ଛୁଇଁ ଛୁଇଁ

ଜୀବନର ଶେଷ ଦୀପ ଶିଖା ଯେବେ

   ହୋଇଯାଏ ନିର୍ବାପିତ

ଜଳି ହୋଇ ଯାଏ ମୁଠାଏ ପାଉଁଶ

  ଜନ୍ମ ସାଥେ ମୃତ୍ଯୁ ସତ୍ୟ

ସବୁ ଗଳ୍ପ କୁ ପଛ କରିଦେଇ

  ଯାଏ ସେ ସରଗ ପୁରେ

ଧରମ ଡଙ୍ଗା ରେ ବସି ମାପୁଥାଏ

  ପାପ ପୁଣ୍ୟ ନିକିତିରେ

କେତେ ସୁଖ ଦୁଃଖ ଭଲ୍ ଆଉ ମନ୍ଦ 

  ପଣତ ଟେ ବାନ୍ଧି ଦେଇ

ଅଡେଇ ଦିନର ସଂସାର ରେ ଖେଳେ 

  ଭାଗ୍ୟ ବିଧାତା କୁ ନେଇ

ସେ ଚିହ୍ନ ଚିହ୍ନାଏ ପର। କି ଆପଣ

  ଛିଣ୍ଢାଇ ସ୍ନେହ ବନ୍ଧନ

ମୃତ୍ଯୁ ସିନା ତାକୁ ବାନ୍ଧି ନେଇଯାଏ

  କେହି ନ ଚିହ୍ନେ ତା ମନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy