ସ୍ତବଧ ଶିଖାର ଛାଇ
ସ୍ତବଧ ଶିଖାର ଛାଇ
ନିଚ୍ଛକ ସତର କାହାଣୀ ଟିଏ
ସ୍ତବଧ ଶିଖାର ଛାଇ
ଜଳୁଛି ଜଳିବ ଜଳୁଥିବ ପୁଣି
ଆକାଶ କୁ ଛୁଇଁ ଛୁଇଁ
ଜୀବନର ଶେଷ ଦୀପ ଶିଖା ଯେବେ
ହୋଇଯାଏ ନିର୍ବାପିତ
ଜଳି ହୋଇ ଯାଏ ମୁଠାଏ ପାଉଁଶ
ଜନ୍ମ ସାଥେ ମୃତ୍ଯୁ ସତ୍ୟ
ସବୁ ଗଳ୍ପ କୁ ପଛ କରିଦେଇ
ଯାଏ ସେ ସରଗ ପୁରେ
ଧରମ ଡଙ୍ଗା ରେ ବସି ମାପୁଥାଏ
ପାପ ପୁଣ୍ୟ ନିକିତିରେ
କେତେ ସୁଖ ଦୁଃଖ ଭଲ୍ ଆଉ ମନ୍ଦ
ପଣତ ଟେ ବାନ୍ଧି ଦେଇ
ଅଡେଇ ଦିନର ସଂସାର ରେ ଖେଳେ
ଭାଗ୍ୟ ବିଧାତା କୁ ନେଇ
ସେ ଚିହ୍ନ ଚିହ୍ନାଏ ପର। କି ଆପଣ
ଛିଣ୍ଢାଇ ସ୍ନେହ ବନ୍ଧନ
ମୃତ୍ଯୁ ସିନା ତାକୁ ବାନ୍ଧି ନେଇଯାଏ
କେହି ନ ଚିହ୍ନେ ତା ମନ ।।