STORYMIRROR

Kalandi pal

Classics

3  

Kalandi pal

Classics

ଷୋଳକଳା ମିଶି

ଷୋଳକଳା ମିଶି

1 min
334



ଷୋଳକଳା ମିଶି ଗୋଟିଏ ତ କଳା

     ସେହି ପରା ନନ୍ଦବଳା

ଷୋଳଚକା ସାଥେ ନନ୍ଦିଘୋଷ ରଥେ

     ବସିଅଛି ଚକାଡୋଳା

ସେତ, ବିନା ଭକତରେ ପରା l0l


ଗୁଣ୍ଡିଚା ରାଣୀ ତ ହେଲେଣି ବାୟାଣୀ

    ନ ଦେଖି ଜଗା ବଳିଆ

ଚାହିଁ ଚାହିଁ ପାଣି ଆଖିରୁ ମଲାଣି

    ବରଷକେ ଥରେ ଆ ଆ

ମାଉସୀ ଚାହିଁଛି ଅଧା ବାଟରେ ତ

   କରିବା ପାଇଁ ସଂଖୋଳା l1l


ଗଡେ ନନ୍ଦିଘୋଷ ତାଳଧ୍ଵଜ ଆଉ

    ଦେବଦଳନ ଦାଣ୍ଡରେ

ଭକତର ଭାବ କରିଲ ଅଭାବ

    ପରାଣ ଥାଇ ପିଣ୍ଡରେ

ନେଇଯାଅ ପ୍ରଭୁ ଏହି ପରାଣକୁ

     କରିବା ଆଗରୁ ଲୀଳା l2l

    


Rate this content
Log in

Similar oriya poem from Classics