STORYMIRROR

Dr Susmita Dash

Romance Abstract Others

2  

Dr Susmita Dash

Romance Abstract Others

ସର୍ତ୍ତ ବିହୀନ ପ୍ରେମ

ସର୍ତ୍ତ ବିହୀନ ପ୍ରେମ

1 min
13.6K


ସର୍ତ୍ତ ବିହୀନ ପ୍ରେମ 

କିପରି ବୁଝିବ,

ସର୍ତ୍ତ ଶୂନ୍ୟ ଘୃଣା

ଭରି ହୃଦୟରେ।

ନା ରାମ ନିଖୁଣ ସଂପୂର୍ଣ୍ଣ

ନା ରାବଣ ତ୍ରୁଟିପୂର୍ଣ୍ଣ,

କାହାପ୍ରତି ସହାନୁଭୂତି

ସମ୍ବେଦନା କାହାଠାରେ।

ହୃଦୟ ଭାଙ୍ଗେ, ପୁନର୍ଗଠିତ ହୁଏ

ପ୍ରଯତ୍ନ କରୁକରୁ 

ନିଜସ୍ବ କରିବାକୁ ସେ ସତ୍ୟ,

ଯାହାକି ବିଚଳିତ କରେ।

ଦୃଷ୍ଟିର ପୁନର୍ବିନ୍ଯାସ ଘଟେ

ଦେଖିବାକୁ ନୂତନ ରଙ୍ଗ,

ଇନ୍ଦ୍ରଧନୁର ବର୍ଣ୍ଣାଳୀର ଆରପାରିରେ

କର୍ଣ୍ଣ ବି ତତ୍ପର ହୁଏ ଶୁଣିବାକୁ

ସେ ଅଶ୍ରୁତ ଗଳ୍ପ,ଯାହା

ଭାସମାନ ହେଉଥାଏ ନୀରବରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance