ସରଳ ପ୍ରେମ
ସରଳ ପ୍ରେମ
ନିଜକୁ ନିଜର ଯେତିକି ଭାବିଲି
ତୁମକୁ ଭାବିଲି ସେତେ
ତଥାପି କାହିଁକି ପଚାରୁଛ ପୁଣି
ଭଲ ମୁଁ ପାଉଛି କେତେ
ସେଇ ଜହ୍ନ ରାତି ଧରି ସାଥେ ପ୍ରୀତି
ଫେରିଛି ଆଜି ସେ ପୁଣି
ଇନ୍ଦ୍ରଧନୁ ଠାରୁ ରଙ୍ଗ ପୋଛି ଆଣି
ମନରେ ଦେଇଛି ବୁଣି
ଅଲିଭା ରହିବ ହୃଦୟରେ ଗାର
ପ୍ରଥମେ ଆଙ୍କିଛ ଯାହା
ପାରିବନି ତୁମେ ଲିଭାଇ ସେ ଗାର
ଲିଭିବନି କେବେ ତାହା
ଦୂରେ ଗଲେ ପଛେ ଯାଅ ତୁମେ ପ୍ରିୟା
ମହକ ମୋ ସାଥେ ରହୁ
ଲୋକଙ୍କ ମୁଖରେ ଦୁହିଁଙ୍କର ନାମ
ଏକାକାର ହୋଇ ଥାଉ
ପ୍ରତିଧ୍ଵନି ଶୁଣି ଚମକି ଯିବନି
ଭାରି ସରଳ ମୋ ପ୍ରେମ
ସବୁ ପ୍ରଶ୍ନର ଉତ୍ତର ମୁଁ ନିଜେ
ତୁମେ ମୋ ମନର ଭ୍ରମ