STORYMIRROR

Giridhari Sahu

Romance

3  

Giridhari Sahu

Romance

ସରଳ ପ୍ରେମ

ସରଳ ପ୍ରେମ

1 min
241

ନିଜକୁ ନିଜର ଯେତିକି ଭାବିଲି

ତୁମକୁ ଭାବିଲି ସେତେ

ତଥାପି କାହିଁକି ପଚାରୁଛ ପୁଣି

ଭଲ ମୁଁ ପାଉଛି କେତେ


ସେଇ ଜହ୍ନ ରାତି ଧରି ସାଥେ ପ୍ରୀତି

ଫେରିଛି ଆଜି ସେ ପୁଣି

ଇନ୍ଦ୍ରଧନୁ ଠାରୁ ରଙ୍ଗ ପୋଛି ଆଣି

ମନରେ ଦେଇଛି ବୁଣି


ଅଲିଭା ରହିବ ହୃଦୟରେ ଗାର

ପ୍ରଥମେ ଆଙ୍କିଛ ଯାହା

ପାରିବନି ତୁମେ ଲିଭାଇ ସେ ଗାର

ଲିଭିବନି କେବେ ତାହା


ଦୂରେ ଗଲେ ପଛେ ଯାଅ ତୁମେ ପ୍ରିୟା

ମହକ ମୋ ସାଥେ ରହୁ

ଲୋକଙ୍କ ମୁଖରେ ଦୁହିଁଙ୍କର ନାମ

ଏକାକାର ହୋଇ ଥାଉ


ପ୍ରତିଧ୍ଵନି ଶୁଣି ଚମକି ଯିବନି

ଭାରି ସରଳ ମୋ ପ୍ରେମ

ସବୁ ପ୍ରଶ୍ନର ଉତ୍ତର ମୁଁ ନିଜେ

ତୁମେ ମୋ ମନର ଭ୍ରମ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance