STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Classics

2  

ପ୍ରିୟଦର୍ଶିନୀ ମହାନ୍ତି

Classics

ସରଗପୁର

ସରଗପୁର

1 min
305

ଇଟା, ପଥରରେ ହୁଅଇ ନିର୍ମିତ

ଅଟାଳିକା, ଘର ଦ୍ୱାର,

ସ୍ନେହ, ପ୍ରେମ, ବିନା ଘର ନୁହେଁ ଘର

ନ ଥାଏ ଯହିଁ ବିଚାର


ମିଶି ରହିଥାନ୍ତି ପରିବାର ସହ

ହୋଇ ଏକ ମନ ଏକ ଚିତ୍ତ,

ବାହ୍ୟ ଶତ୍ରୁ ମାନେ ପ୍ରବେଶ ନିମନ୍ତେ

ହୋଇଥାନ୍ତି ଭୟଭୀତ


ମା ହାତ ରନ୍ଧା ନାନାଦି ଦରବ

ସରପୁରୀ, କ୍ଷୀରି, ପିଠା,

ସ୍ନେହ ପ୍ରେମ ସାଥେ ବାପାଙ୍କ ଆକଟ, 

କଥା ଥିବ ମିଠା ମିଠା


ଭାଇ, ଭଉଣୀଙ୍କ ସାଥେ ଖେଳିକୁଦି

ବିତିଯାଏ ଦିନ, ବାର

ଚଳନ୍ତି ଠାକୁର କରିଥାନ୍ତି ବାସ

ସେଇ ଯେ ସରଗପୁର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics