ସରେନି ଇସ୍କୁଲ ପାଠ
ସରେନି ଇସ୍କୁଲ ପାଠ
କାଳି ସରିଯାଏ
ସରେନି କବିତା ଲେଖା
ଧନ ସରିଯାଏ
ସରେନି ଯାତରା ଦେଖା ।।
ପାଣି ସରିଯାଏ
ସରେନି ମନର ଶୋଷ
ଦିନ ସରିଯାଏ
ସରେନି ବୟସ ଦୋଷ ।।
ନାଚ ସରିଯାଏ
ସରେନି ଘୁଙ୍ଗୁର ତାନ
ଗୀତ ସରିଯାଏ
ସରେନି ମଧୁର ଗାନ ।।
ଲେଖା ସରିଯାଏ
ସରେନି ଘଟଣା,କଥା
କଥା ସରିଯାଏ
ସରେନି କଥାର ନଥା ।।
ମେଳ ସରିଯାଏ
ସରେନି ଖେଳିବା ବେଳ
ଖୁସି ସରିଯାଏ
ସରେନି ମଉଜ,ମେଳ ।।
ରାତି ସରିଯାଏ
ସରେନି ସପନ ଦେଖା
ଗପ ସରିଯାଏ
ସରେନି କାହାଣୀ ଲେଖା ।।
ମଜା ସରିଯାଏ
ସରେନି ସଉକ,ସୁଖ
କାଳ ସରିଯାଏ
ସରେନି କଷଣ,ଦୁଃଖ ।।
ଜାଳ ସରିଯାଏ
ସରେନି ବାଉଁଶ,କାଠ
ବହି ସରିଯାଏ
ସରେନି ଇସ୍କୁଲ ପାଠ ।।
