ସର୍ବଂସହା
ସର୍ବଂସହା
ନାରୀ ସନ୍ଧି ବିଚ୍ଛେଦରେ ହୁଏ ନ ଅରି,
ମାତା, ଜାୟା,ଭଗ୍ନୀ, କନ୍ୟା ରୂପ ତାଙ୍କ
ନୁହନ୍ତି ସେ କାହାର ବଇରି ।
କେବେ ସାଜେ ସର୍ବଂସହା ଧରା
କେବେ ରଣେ ସାଜେ ଲକ୍ଷ୍ମୀବାଈ,
ପରିସ୍ଥିତି ଈଶାରେ ଗୄହରେ ବନ୍ଦୀନି ସେ
ବୁଲେ ପୁଣି କେବେ ହୋଇ ବାଇ ।
ଜନ୍ମରୁ ମରଣ ଯାଏ
ପିତ୍ରାଳୟରୁ ଶଶୁରାଳୟକୁ
ରାସ୍ତା ତା କଠିନ,
ପଦକୁ କ୍ଷତାକ୍ତ କରି
ଓଠେ ମିଠା ହସ ଭରି
ଚାଲିଥାଏ ଆଡକରି ମାନ ଅପମାନ ।
ନିଜ ଦେହେ ଦେହ ଧରି
ବକ୍ଷରୁ ଅମୄତ ଝାରି
ମାତା ପଦେ ହୁଏ ବିଭୁଷିତା,
ପୁଣି କାହା ଲୋଲୁପ ଦୄଷ୍ଟିରେ ବଳିପଡି
ସାଜିଥାଏ ଧର୍ଷିତା ଲାଞ୍ଛିତା ।
ଲମ୍ବା ଲମ୍ବା ଭାଷଣ ପୁଳା ପୁଳା ପ୍ରହସନକୁ
ପାଦରେ ଏଡେଇ ଦେଇ
ପ୍ରମାଣିତ କରିଛି ସେ ଆଜି,
ପୁରୁଷର ସମକକ୍ଷ ସିଏ
ଲୋଡେନାହିଁ କା'ର ଅନୁକମ୍ପା
ଅବା କେବେ ପଡିବନି ଭାଜି ।
