STORYMIRROR

Soumya Shubhadarshinee

Tragedy

2  

Soumya Shubhadarshinee

Tragedy

ସର୍ବହରା

ସର୍ବହରା

1 min
209

ସାମାଜିକତାର ଚୌହଦୀ ଧାରେ

 ତ୍ରିବେଣୀ ବିସର୍ଜନ ହେବ ସନ୍ତକ


ରୁହି ଶିତଳା ମଟିରୁ ଖୋଜୁଛି

  ତୁମ ଶେଷ ସନ୍ତକ ମୁଁ ସର୍ବହରା  

                  

ଜୀବନ ତମାମ ପାର୍ଥିବ ବସ୍ତୁର 

    ଅନ୍ଵେଷଣରେ ବ୍ୟର୍ଥ କରି

 

ଆଜି ତୁମ ଶେଷ ଯାତ୍ରାରେ 

 ନିସ୍ୱ ଶ୍ରୀହୀନ ଏକାକୀ ସର୍ବହରା

             

ତୁମେ ନୀରବ ହେଇଯିବ ଏମିତି

  କେବେ କଳ୍ପନା ନଥିଲା ମୋର


ଏ ମୁହୂର୍ତ୍ତେ ନିର୍ଜୀଵ ହେଇଗଲି ମୁଁ

  ନିଶବ୍ଦ ହେଇ କରିଲ ସର୍ବହରା

              

ଥିଲ ଯେବେ ବ୍ୟସ୍ତ ହେଉଥଲ

 ଡେରି କଲେ ଫୋନ କରୁଥିଲ


ଆଉ କେହି ପଚାରିବେ ନାହିଁ

 ତୁମବିନା ହେଇଗଲି ମୁଁ ସର୍ବହରା

             

ଜାଣେ ଆଉ ପ୍ରତୀକ୍ଷା କରିବନି

 ଦରଜା ପାଖରେ ଆଖି ଜଗିବନି


ଏକାକୀ ଚାଲିଗଲ ଭୁଲି ମୋତେ

 ତୁମ ଅନୁପସ୍ଥିତି କଲା ସର୍ବହରା

              

କୁହ ଭାଙ୍ଗି ପ୍ରତିଶ୍ରୁତି ଏପରି 

  କି ଲାଭ ପାଇଲ ତୁମେ ସତେ


ଏ କି ଥିଲା ଅନ୍ତର ଅଭିପ୍ଶା ତୁମ

 ଠକି ଦେଇ କରିଦେଲ ସର୍ବହରା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy