ସର୍ବହରା
ସର୍ବହରା
ସାମାଜିକତାର ଚୌହଦୀ ଧାରେ
ତ୍ରିବେଣୀ ବିସର୍ଜନ ହେବ ସନ୍ତକ
ରୁହି ଶିତଳା ମଟିରୁ ଖୋଜୁଛି
ତୁମ ଶେଷ ସନ୍ତକ ମୁଁ ସର୍ବହରା
ଜୀବନ ତମାମ ପାର୍ଥିବ ବସ୍ତୁର
ଅନ୍ଵେଷଣରେ ବ୍ୟର୍ଥ କରି
ଆଜି ତୁମ ଶେଷ ଯାତ୍ରାରେ
ନିସ୍ୱ ଶ୍ରୀହୀନ ଏକାକୀ ସର୍ବହରା
ତୁମେ ନୀରବ ହେଇଯିବ ଏମିତି
କେବେ କଳ୍ପନା ନଥିଲା ମୋର
ଏ ମୁହୂର୍ତ୍ତେ ନିର୍ଜୀଵ ହେଇଗଲି ମୁଁ
ନିଶବ୍ଦ ହେଇ କରିଲ ସର୍ବହରା
ଥିଲ ଯେବେ ବ୍ୟସ୍ତ ହେଉଥଲ
ଡେରି କଲେ ଫୋନ କରୁଥିଲ
ଆଉ କେହି ପଚାରିବେ ନାହିଁ
ତୁମବିନା ହେଇଗଲି ମୁଁ ସର୍ବହରା
ଜାଣେ ଆଉ ପ୍ରତୀକ୍ଷା କରିବନି
ଦରଜା ପାଖରେ ଆଖି ଜଗିବନି
ଏକାକୀ ଚାଲିଗଲ ଭୁଲି ମୋତେ
ତୁମ ଅନୁପସ୍ଥିତି କଲା ସର୍ବହରା
କୁହ ଭାଙ୍ଗି ପ୍ରତିଶ୍ରୁତି ଏପରି
କି ଲାଭ ପାଇଲ ତୁମେ ସତେ
ଏ କି ଥିଲା ଅନ୍ତର ଅଭିପ୍ଶା ତୁମ
ଠକି ଦେଇ କରିଦେଲ ସର୍ବହରା
