STORYMIRROR

Lokanath Rath

Action Classics Inspirational

4  

Lokanath Rath

Action Classics Inspirational

ସର୍ବଗୁଣ ପରିପୂର୍ଣ୍ଣା

ସର୍ବଗୁଣ ପରିପୂର୍ଣ୍ଣା

2 mins
532


ବଦଳିଛି ଏବେ ସମାଜର ଢାଞ୍ଚା ,ପ୍ରଗତି ମୁହାଁ ହେଉଛି ,

ସ୍ୱଭାବରେ ଖାଲି କ୍ଷୀଣମନା ନହେଲେ ବଦଳିବ ସବୁ କିଛି |


ପୁରୁଷ ପ୍ରଧାନ ଏହି ସମାଜରେ ନାରୀ ହୁଏ ନିର୍ଯାତିତା,

ଭୁଲିଛି ପୁରୁଷ, ସେହି ନାରୀ ଅଟେ ପୁଣି ମାତା |


ସେହି ନାରୀ ବିରଙ୍ଗନା, ରଖିଛନ୍ତି ଦେଶର ମାନ ସମ୍ମାନ ,

ସଂସ୍କାର ନଭୁଲି, ସ୍ଥାପିଛନ୍ତି କେତେ କେତେ ସିଏ କୀର୍ତ୍ତିମାନ |


ନାରୀ ଅଟେ ମାତା ,ଅଟେ ଭଗ୍ନୀ ,ଅଟେ ଦୁହିତା ,

ପତ୍ନୀ ରୂପେ ସବୁ ସହି କରେ ପରିବାରର ରକ୍ଷା |


ସମୟର ଚକ୍ର ଘୁରି ଘୁରି ଚାଲେ ଠାରି ଠାରି ,

ଶକ୍ତିହୀନା ନୁହେଁ ,ଶକ୍ତି ପ୍ରଦାୟିନୀ ଅଟେ ଏହି ନାରୀ |


ଅତୀତର ସେହି ନାରୀ ନୁହେଁ ,ସବୁ ନୀରବେ ସହିଯିବ,

ଅନ୍ୟାୟ ଅନୀତି ବିରୁଦ୍ଧରେ ,ଆଧୁନିକ ନାରୀ ସ୍ୱର ଉଠାଇବ |


ଅବଳା ଭାବି ଯାହାକୁ ଏଇ ସମାଜ ଅବହେଳା କରୁଥିଲା ,

ଆଜି ସେହି ନାରୀ ନିଜ କୃତିତ୍ୱ ସବୁ ଦେଖାଇଲା |


ବିଜ୍ଞାନ ହେଉ ଅବା କର୍ମ କୁଶଳତା କିମ୍ବା ଯୁଧ୍ୟ ,

ସବୁଥିରେ ଦେଖା ଆଜି ଆଧୁନିକ ନାରୀ ହୋଇଛି ସିଦ୍ଧ |


ଖେଳ ହେଉ ଅବା କୁସ୍ତି କସରତ ରହିଛି ଆଗରେ ,

ଆଜି ସେହି ନାରୀ ହୋଇଛି ,ଆମ ଦେଶ ଗୌରବରେ |


ସେହି ନାରୀ ଆଜି ଚାହେଁ ସମାନତା ସବୁ କାର୍ଯ୍ୟରେ ,

ସେଥିପାଇଁ ବଢି ଚାଲିଛି ସିଏ ନିଜ ଜ୍ଞାନ କୌଶଳରେ |


ବେଳେ ବେଳେ କେବେ ପାଶ୍ଚାତ୍ୟ ସଭ୍ୟତାକୁ ଦେଖି ଶିଖି ,

ପଥଭ୍ରଷ୍ଟା ହୋଇ ,ଅପବାଦ ନେଇଛି ,ଦେଖୁଚି ସମାଜ ଆଖି |


ଗଲାଣି ସେହି ପ୍ରଥା ,ଝିଅ ଜନମ ପର ଘରକୁ ,

ସେହି ଝିଅର କୃତିତ୍ୱ ଆଜି ଗର୍ବିତ କରୁଛି ସଭିଙ୍କୁ |


ଯଦି ଏବେ କେହି ଭାବେ ,ଝିଅ ଜନ୍ମ ହାଣ୍ଡିଶାଳକୁ ,

ବୋକା ହୋଇଯାଏ ଦେଖି , ନାରୀ ସୁନାମ କାଳ କାଳକୁ |


ସମାଜର ପ୍ରଗତି ହେଵତ ସମ୍ଭବ ,ନାରୀ ପୁରୁଷ ମିଶିଲେ ,

ନାହିଁତ ଧୂଳିସାତ ହେବ, ନାରୀ ଯଦି ନିର୍ଯାତିତା ହେଲେ |


ଯୁଗେ ଯୁଗେ ଅଛି ,ଆମ ଜାତିର ସଂସ୍କାର କହୁଛି ,

ପୁରୁଷଠାରୁ ନାରୀ ସପ୍ଟଗୁଣ ସବୁଥିରେ ସକ୍ଷମ ଅଛି, ରହିଛି |


ନାରୀ ସର୍ବଗୁଣ ସମ୍ପନ୍ନା ,ଏହାତ ସୁନ୍ଦର ସୃଷ୍ଟି ବିଧତାର ,

ସର୍ବଗୁଣ ପରିପୂର୍ଣ୍ଣା ହୋଇ ଆଜି ମାଗେ ତାର ଅଧିକାର |



Rate this content
Log in

Similar oriya poem from Action