ସ୍ଵର ଏ ମଙ୍ଗଳ ପାଇଁ
ସ୍ଵର ଏ ମଙ୍ଗଳ ପାଇଁ
ଦିନ ଆଉ ରାତି ଅହରହ ସ୍ଵର
ଝୁମୁଛି ବିଶ୍ଵ ଜଗତ
ଯେତେବେଳେ ଶୁଣ କେହି ନା କେହି ବି
ପ୍ରେମରେ କହୁଛି ମିତ।
ମନା କରିବାକୁ କାହାର ବା ସାଧ୍ୟ
ରହିଛି କୁହ ତ କେହି
ପ୍ରାକୃତିକ ଅବା ଅପ୍ରାକୃତ ଇଏ
ସ୍ୱରକୁ ଖଞ୍ଜିଚି ବିହି।
ଜଗତ କଲ୍ୟାଣ ପାଇଁକି ସଂସାରେ
ଲୀଳା ଈଶ୍ୱରଙ୍କ ଏହା
ପ୍ରତିକ୍ଷଣ ତେଣୁ ସ୍ୱର ଝଙ୍କାରକୁ
ବୋହି ନେଇଚାଲେ ବାଆ।
ପବନ ନିଶ୍ଚୟ ପହଞ୍ଚାଇ ଦିଏ
ପ୍ରତିଟି ଜୀବଙ୍କ ପାଶେ
ସେହି ସ୍ୱର ଯୋଗୁଁ ଉତ୍ଫୁଲିତ ମନ
କାମନା ହୃଦୟେ ଭାସେ।
ଆମେ ଆଜି ମଧ୍ଯ ସ୍ୱରର ତାଳରେ
ତାଲିମ ନେବାକୁ ଆସି
ଉତ୍ସାହ ମନରେ ବସି ଶୁଣୁଅଛୁ
ଶିକ୍ଷକ ଶିକ୍ଷିକା ବସି।
