ସପ୍ତପୁରୀ ଅମାବାସ୍ୟା
ସପ୍ତପୁରୀ ଅମାବାସ୍ୟା
ଭାଦ୍ରବରେ ସପ୍ତପୂରୀ ଅମାବାସ୍ୟା
ରହିଛି ବିଧି ବିଧାନ
ଅନ୍ୟ ଏକ ନାମରେ କୁଶ-ଗ୍ରହଣୀ
ହୋଇଛି ନାମ କରଣ।
ଶ୍ରୀଜୀଉଙ୍କର ବିଶେଷ ପୂଜା ଅର୍ଚ୍ଚନା
ହୁଏ ବଡ ଦେଉଳରେ
ସାତପୁରୀ ଭୋଗ ଲାଗି ହୋଇଥାଏ
ଅମାବାସ୍ୟା ର ତିଥିରେ
ସାତପୁରୀ ଭୋଗ ହୁଅଇ ତିଆରି
ନୀତି ନିୟମ ସହିତ
ଆଲାମ ଚଣ୍ଡୀଙ୍କ ମନ୍ଦିରରୁ ଆସେ
ସପ୍ତପୁରୀ ତାଡ଼ ତ୍ୱରିତ
ଆଜ୍ଞାମାଳ ଯାଏ ବଡ ଦେଉଳ ରୁ
ଦକ୍ଷିଣ କାଳି ପାଖକୁ
ଦଇତା ପୁଜାରୀ ବିଧି ବିଧାନରେ
ଭୋଗ ଲାଗେ ଶ୍ରୀଜୀଉଙ୍କୁ
ଅନ୍ୟ ବିଧାନ କୁଶ ସଂଗ୍ରହ ବିଧି
ନାମ ବି କୁଶ ଗ୍ରହଣୀ
ବର୍ଷ ସାରା ପୂଜା ଆରାଧନା ପାଇଁ
କୁଶ ସଂଗ୍ରହ ସେ-କ୍ଷଣି
ପ୍ରତି ଶୁଭ କାର୍ଯ୍ୟରେ କୁଶ ଜରୁରୀ
ରହିଅଛି ପରମ୍ପରା
ସପ୍ତପୂରୀ ଅମାବାସ୍ୟାରେ ସଂଗ୍ରହ
ବିଧି ବିଧାନ ନିଆରା।
ପୂର୍ବ କିମ୍ବା ଉତ୍ତରକୁ ମୁଖ କରି
ସୂର୍ଯ୍ୟ ଉଦୟ ବେଳା ରେ
ବିଶେଷ ପ୍ରକାର ଘାସ ଅଟେ କୁଶ
ସଂଗ୍ରହ ହୁଏ ଯତ୍ନରେ।
ପିତୃ ଦେବଙ୍କ ତୃପ୍ତି ପାଇଁ ତର୍ପଣ
ପୁଣି ଦାନ ପୁଣ୍ୟ ବିଧି
ଜପ ତପ ପୁଣି ତୀର୍ଥ ଭ୍ରମଣରେ
ହୋଇଥାଏ ସର୍ବ ସିଦ୍ଧି।
ସପ୍ତପୁରୀ ଅମାବାସ୍ୟାର ମହତ୍ତ୍ଵ
ରହିଛି ଯୁଗ ଯୁଗରୁ
ମାନସିକ ଶାନ୍ତି ହୁଅଇ ପ୍ରାପତି
ମୁକ୍ତି ମିଳଇ ପାପରୁ।
ବାର ମାସେ ତେର ଯାତ୍ରା ମଧ୍ୟରୁ
ସପ୍ତପୁରୀ ହିଁ ନିଆରା
ସ୍ଵତନ୍ତ୍ର ଉତ୍ସବ ହୁଅଇ ପାଳନ
ରହିଅଛି ପରମ୍ପରା।
ସପ୍ତପୁରୀ ପିଠା କୁଶ ସଂଗ୍ରହ
ଭାଦ୍ରବ ଅମାବାସ୍ୟାରେ
ଯଥାର୍ଥତା ଅଛି ନାମ କରଣ ର
ପର୍ବ ପର୍ବାଣୀ ମଧ୍ୟରେ।
