STORYMIRROR

Priyabrata Mohanty

Abstract Others

3  

Priyabrata Mohanty

Abstract Others

ସ୍ପର୍ଶ

ସ୍ପର୍ଶ

1 min
307

କ୍ଷୀପ୍ର ବତାସ କଲେ କାନନକୁ ସ୍ପର୍ଶ

ଵିନାଶ ର ବିଭୀଷିକା କରିଦିଏ ନାଶ ।।


ମତୁଆଲା ତରଙ୍ଗ କୂଳ କଲେ ସ୍ପର୍ଶ

କହୁଥାଏ କ୍ଷମାକର ଅଛି ଯେତେ ଦୋଷ ।।


ପାହଡ଼କୁ ମେଘମାଳ କରେଯେବେ ସ୍ପର୍ଶ

ସରମେ ବରଷି ଯାଏ ଖୁଲି କରି କେଶ ।।


ମିଠା କଥା ସଙ୍ଗେ ହେଉ ଯେତେ ଭଲ ବେଶ

ସ୍ପର୍ଶରୁ ଜାଣିହୁଏ ଶରୀରର ଶୋଷ ।।


କଥା ଯେବେ କରିଦିଏ ହୃଦୟ କୁ ସ୍ପର୍ଶ

ଆଖି ଆଗେ ଉଙ୍କିମାରେ ଅନେକ ଦୃଶ୍ୟ ।।


ନତମସ୍ତକ ହୋଇ ଚରଣ କଲେ ସ୍ପର୍ଶ

ସ୍ନେହ ପ୍ରେମ ଶ୍ରଦ୍ଧା ପୂର୍ଣ୍ଣ ମିଳେ ଆଶିଷ ।।


ଗର୍ବେ ପୀଡ଼ିତ ହୋଇ ନକର ଉପହାସ

ଦୟା କରୁଣା ଭାବ କରୁ ପ୍ରାଣକୁ ସ୍ପର୍ଶ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract