ସପନରୁ ଖିଅ ଆଣି
ସପନରୁ ଖିଅ ଆଣି
ସପନରୁ ଖିଅ ଆଣି ଛବିଟିଏ ଆଙ୍କିଲି
ଫଗୁଣରୁ ରଙ୍ଗ ଆଣି ସେ ଛବିରେ ମାଖିଲି
ଖୁସିରେ ବିଭୋର ହେଲି ଛବିଟି ଯାହାର ତାକୁ
ପାଖେ ଯେବେ ଦେଖିଲି ।
ସେହି ଓଠ ସେହି ଆଖି ହସ ଖିଲି ଖିଲି
ପାହାନ୍ତି ସପନ ସିଏ ପାରିନି ମୁଁ ଭୁଲି
ଛଳଛଳ ଢଳଢଳ ନୀଳ ଆଖି ଦୁଇ
ହସ ତାର ସତେ ଅବା ଅଙ୍କାବଙ୍କା ନଈ
ଚୁଲୁବୁଲି ଫୁଲଟିଏ ଦେଖି ତାକୁ ମନେମନେ
ଗୀତଟିଏଲେଖିଲି ।
ମୋ ହାତରେ ଦେଖି ସିଏ ତା ନିଜ ଛବିକୁ
କଥା କେତେ ପଚାରଇ ସେ ନିଜେ ନିଜକୁ
ଅଜଣା ଲୋକ ଏ ମୋତେ କେମିତି ଜାଣିଲା
ତା ସାଥେ ଆଗରୁ ଅବା ଭାବ ମୋର ଥିଲା
ମନ ହୋଇଗଲା ଯୋଡ଼ି ମନକଥା ଜାଣି ଯେବେ
ଉତ୍ତରମୁଁ ରଖିଲି ।