ସପନର ସୌଦାଗର
ସପନର ସୌଦାଗର
ସପନ ତ କେତେ ରଙ୍ଗରଙ୍ଗିଆ
କେତେବେଳେ ତାରାମାନେ ହୁଅନ୍ତି ମୋ ଚନ୍ଦନ ଟୀକା
ତ କେତେବେଳେ ଲାଗନ୍ତି ସାତସପନ
ପୁନେଇଁ ଜହ୍ନ ପୁନେଇଁ ଦିନ
ଖିଲି ଖିଲି ହସି ଚୋରାଏ ମନ
ପୁଣି କେବେ ରୂପା ଜହ୍ନ ହୋଇ
ମରୀଚିକା ସାଜେ
ମନର ମାନସୀ ରୁଷେ
ମନକୁ ବାଧେ
ନୀଳ ଆକାଶରେ ସରଗ ଦିଶେ
ମନ ହରଷେ
ଦେହ ବି ରସେ
ଫଗୁଣ ରଙ୍ଗରେ ଦେହ ବି ଭିଜେ
ପୁଣି କେବେ କଳା ମେଘ ହୋଇ
ହୃଦୟ ଚିରେ
ମନ ବି ଫାଟେ
ସପନର ସୌଦାଗର ମୁଁ
ହସି ହସି କାନ୍ଦେ
ଜୀବନ ରସେ l
