STORYMIRROR

Prafulla Chandra Mishra

Abstract

2  

Prafulla Chandra Mishra

Abstract

ସପନେ ସପନେ ଖୋଜେ

ସପନେ ସପନେ ଖୋଜେ

1 min
139

ସୁନାରୀଫୁଲ ର ରଙ୍ଗରେ “ହଳଦୀ-

 ବସନ୍ତ” ଯେପରି ହଜେ

ତୋ ପ୍ରେମ ବିଥିରେ ମନ ହଜିଗଲା

 ନିଦେ ସପନରେ ଖୋଜେ


ପଳାଶ କୁସୁମ ଚମକ ଉଦିତ

 ଅରୁଣ ର ରଙ୍ଗ ପରି

ତୋ ଓଠ ଚିବୁକ ଦିଶୁଥିଲା ସଖୀ

 ମୋ ମନ କରିଲୁ ଚୋରୀ


ସ୍ଵର୍ଣ୍ଣଚମ୍ପା ରଙ୍ଗ ବରନା ଲଳନା

 ଚମ୍ପାତରୁ ମୂଳେ ଯାଇ

ସଞ୍ଜ,ସକାଳେ ଖୋଜଇ ସିନା ତା

 ସଉରଭେ ହଜୁଥାଇ


ମନ ମତ୍ତାଣିଆ ଅଭୁଲା ତୋହର

 ମୁନି ମନଲୋଭା ଚିତ୍ର

ବିଧାତା ଗଢିଛି ଜହ୍ନ ଫିକା ଦିଶେ

 ତୋ ଚାରୁ ଚନ୍ଦ୍ରିକା ରୂପ


ଦୁନିଆଁ ରେ କାହିଁ ତୋପରି ସୁନ୍ଦରୀ

 ରତୀ ଦେବୀ ନୁହେଁ ସରି

ଲାଜରେ ଲୁଚିବେ ଅଳକା ପୁରୀର

 ପରୀ ଆଉ ଅପସରୀ


ସତେକି ଗୋଲାପ ଫୁଟିଛି ଅଳପ

 ହସରେ ଅନେକ କଥା

ଆନମନା କରେ ସତରେ ସହୀରେ

 ତୋର ଯେତେ ନିରବତା


ମୋ ମନ ଆକାଶ ମୋର ଅଭିଳାଷ

 ତୁତ ଅନ୍ୟ ଏକ ଜହ୍ନ

ହଜାଇ ଦେଇଛି ନିଜକୁ,ପାଗଳ

 କରିଛି ଅବୋଧ ପ୍ରେମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract