STORYMIRROR

Pranati Acharya

Romance Classics Others

2  

Pranati Acharya

Romance Classics Others

ସପନ ରାଇଜ ଜହ୍ନ

ସପନ ରାଇଜ ଜହ୍ନ

1 min
88


ଆସ ପ୍ରିୟା ଆମେ ଯିବା ସାଥି ହୋଇ ସପନ ରାଇଜ ବୁଲି 

ଯେଉଁଠି ନ ଥିବେ ଅନ୍ୟ ଲୋକ କେହି ବାସ୍ତବତା ଯିବା ଭୁଲି ।। 


ନିରବରେ ଦୁହେଁ ନିଜକୁ ହଜେଇ ଆକାଶକୁ ଚାହିଁ ଥିବା

ଶୁଭ୍ର ଜୋଛନାର ସ୍ମିତ କାକରରେ ବାଦଲେ ଚିତ୍ର ଆଙ୍କିବା ।। 


ଜହ୍ନର ଠିକଣା ମାଗିବା ଜୋସ୍ନାକୁ ମେଘକୁ ବର୍ଷା ଠିକଣା 

ତୁମ ସହରରେ ସ୍ବଳ୍ପ ରହଣୀରେ ହୋଇଯିବି ବାଟ ବଣା ।। 


ପ୍ରିତି ଆକାଶରେ ଜହ୍ନ ଫୁଲ ସବୁ ଓଠ ଚାପି ହସୁଛନ୍ତି 

ମଧୁମୟ ସୁଖେ ରସେ ରସେ ମଜ୍ଜି ଭାରି ଫୁଲେଇ ହୁଅନ୍ତି ।। 


ଟୁକୁଡେ ଜହ୍ନର ସୀମିତ ଆଲୁଅ ରୁମାଲେ ବାନ୍ଧି ଆଣିବି 

ଅନନ୍ତ ଆକାଶେ ଅନ୍ଧାର ରାତିରେ ତୁମକୁ ନିତି ଦେଖିବି ।। 


କୋଟି ତପସ୍ୟାର ଫଳ ତୁମେ ପ୍ରିୟା ହିରା ପରି ଝଟକୁଛ 

ମୋ ମନ ମାନସୀ ମଧୁ ସ୍ବପ୍ନେ ଭାସି ସପନ ରାଇଜେ ଅଛ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance