ସପନ ଦେଖିବା ମତେ ମନା
ସପନ ଦେଖିବା ମତେ ମନା
ସପନମାନେ ତ ଏବେ
ଫୁଲେଇହେବା ବି ଶିଖିଗଲେଣି
ବାସ୍ତବତା କୁ ସାଉଁଟିବାର
ସାହସ ବି ଜୁଟାଇ ହେଉନି
ଆଗରୁ ଶୁଖା ଓ ଭଙ୍ଗା ସପନମାନେ
ମୋ ଆଖିର ଦରଜାକୁ ଛୁଇଁଦେଇ
ଉଭେଇଯିବାର ଦେଖିଛି କେତେଥର
ଏବେ ତ ସେମାନେ ବି ହେଇଗଲେ ସାତପର
ମରିମରି ବଂଚିବା ଅପେକ୍ଷା
ମରିଯିବା ହିଁ ଭଲ
ଦୁଃସମୟର ସାଥୀ ହୋଇ ସପନମାନେ କୁଆଡେ
ନୁଆଁକରି ଜିଇଁବା ଶିଖାନ୍ତି
ନୁଆଁ ଆଶା ଓ ନୁଆଁ ସପନ ନେଇ ଗଢିତୋଳନ୍ତି
ନୁଆଁ ଜୀବନ
ହେଲେ ସେତକ ବି କାଳେ
ମୋ ଭାଗ୍ୟର ପରିଧିର ବାହାରେ
ଖାଲି ଅପେକ୍ଷା
କେବେ ହେବ ଅନ୍ତ
ଏ ଵିଚିତ୍ର ବ୍ୟତିକ୍ରମ?
ଆଉ ଦେଖିବି ମୁଁ ଆଉଥରେ ସାତରଙ୍ଗୀ ସାତସପନ