ସଫଳତାର ଆରପାରି
ସଫଳତାର ଆରପାରି
ସମସ୍ତେ କହନ୍ତି ସଫଳ ପୁରୁଷର ପଛରେ
ନାରୀ ଟିଏର ପ୍ରେରଣା ଅଛି
ମୁଁ କିନ୍ତୁ କହିବି
ମୁଁ ହିଁ ସେହି ପ୍ରଥମ ଏକମାତ୍ର ନାରୀ
ଯାହା ପଛରେ
କେବେ ପିତା ତ କେବେ ପତି ରୂପେ
ପୁରୁଷର ଶତ ପ୍ରତିଶତ ସହଯୋଗ,
ପ୍ରେରଣା, ଶୁଭକାମନା ରହିଛି ।।
ବାପା ମା'ଙ୍କର ଗେହ୍ଲି
କର୍ମକ୍ଷେତ୍ରରେ ସାହସୀ
ପରିବାର ସମ୍ଭାଳିବାରେ ସଂଯମୀ
ଶାଶୁ ଶଶୁରଙ୍କ ସୁନା ବୋହୁ
ନଣନ୍ଦ ଦିଅରଙ୍କ ସ୍ନେହର ଭାଉଜ
ପିଲା ମାନଙ୍କ ସର୍ବ ଗୁଣ ପରିହିତ ମା
ଆଉ ସ୍ବାମୀଙ୍କ ସହଗାମୀ ହେବାରେ
ବୋଧହୁଏ ମୁଁ ସଫଳ ହୋଇପାରିଛି ।।
ଯେବେ ବାଟବଣା ହୋଇ ହିସାବ କରେ
କେତେଦୂର ଲକ୍ଷ ସ୍ଥଳ ମୋର
ହେବା ପାଇଁ ସଫଳ
ଦିସେନାହିଁ ଅନ୍ତ ଥଳ କୁଳ
ସରିନାହିଁ ଏଇ ଦୁନିଆର ହାଟ
ସପନ ଆଖିରେ ବାନ୍ଧି
ସବୁ ସ୍ବପ୍ନ ଭାଙ୍ଗିଯିବା ଆଗରୁ
ଚାଲିବାକୁ ଅଛି ଅନେକ ବାଟ
ଗହୀର ନିଶିରେ ପ୍ରସସ୍ଥ ବିଥିରେ
ସାଥିସଙ୍ଗେ ହାତ ଛନ୍ଦି ।।