STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସଫଳତା ମନ୍ତ୍ର

ସଫଳତା ମନ୍ତ୍ର

1 min
394

କର୍ମ ଜ୍ଞାନ ବଳେ ସଫଳତା ପ୍ରାପ୍ତି


ସର୍ବୋତ୍ତମ ଶକ୍ତି ସେହୁ,


କରୁଥିଲେ କର୍ମ ଜ୍ଞାନର ବଳରେ


ନିଶ୍ଚୟ ସଫଳ ସେହୁ।୧।


କର୍ମୀ ବ୍ୟକ୍ତି ହୁଏ କାର୍ଯ୍ୟରେ ସଫଳ


ଦିନରାତି କାର୍ଯ୍ୟ ଯାର,


ଉଦ୍ଦେଶ୍ୟ ପ୍ରାପ୍ତିଟି ଅବଶ୍ୟ ହୁଅଇ


ହୁଏ ହିଁ ବିଜୟ ତାର।୨।


ସେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁ ଥାଏ


ଉଦ୍ଦେଶ୍ୟ ସଫଳ ହୁଏ,


କର୍ମଜ୍ଞାନୀ ହୋଇ କାର୍ଯ୍ୟରେ ହିଁ ମନ


କର୍ମପଥେ ରହି ଥାଏ।୩।


ଆଦର କରନ୍ତି କାର୍ଯ୍ୟକୁ ତାହାର


ରାଷ୍ଟ୍ର ପାଇଁ କାର୍ଯ୍ୟକାରୀ,


କବିତା ମାଧ୍ୟମେ ଜନତାଙ୍କୁ ଶିକ୍ଷା


ସେବାଭାବ ଦିଏ ଭରି।୪।


ରାଷ୍ଟ୍ର କାର୍ଯ୍ୟ ହୁଏ କବିତାର ରୂପ


ଥାଏ ଧର୍ମକାର୍ଯ୍ୟ ଭରି,


ଦେଶର ଗୌରବ ଦେଶ ମହାନତା


ସତ୍ୟତା ଥାଏ ହିଁ ଭରି।୫।


ଥାଏ ମାତୃଭାଷା ମନରେ ଉଦବେଗ


ଦିଶୁଥାଏ କବିତାରେ,


ଭାଷାର ଆଦର ଜନତା ନିମନ୍ତେ


ବର୍ଣ୍ଣୁ ଥାଏ କବିତାରେ।୬।


ଦେଶ ଶତ୍ରୁଙ୍କର ତାଣ୍ଡବର ନୀଳା


ରୂପ କବିତାରେ ଦିଏ,


ଦେଶ ଶତ୍ରୁଙ୍କର ଦମନ ନିମନ୍ତେ


ରାଷ୍ଟ୍ର ଭକ୍ତି ଭରି ଦିଏ।୭।


ହୁଏ ପ୍ରଭୁ ଭକ୍ତି କବିତାର ରୂପ


ଭକ୍ତି ଜନତାଙ୍କ ପାଇଁ,


କବିତା ହିଁ ତାର ଭକ୍ତିପୂର୍ଣ୍ଣ ହୁଏ


ଭକ୍ତି ପ୍ରଭୁଙ୍କର ପାଇଁ।୮।


ଦୂରାଚାରୀଙ୍କର ଦୂରାଚାରୀ କର୍ମ


ରୂପ ଦିଏ କବିତାରେ 


ଆତଙ୍କବାଦୀଙ୍କ ଦମନେ ନିମନ୍ତେ


କବିତା ରଚନା କରେ।୯।


କର୍ମ ଜ୍ଞାନ ବଳେ ସଫଳତା ପ୍ରାପ୍ତି


ସର୍ବୋତ୍ତମ ଶକ୍ତି ସେହୁ,


କରୁଥିଲେ କର୍ମ ଜ୍ଞାନର ବଳରେ


ନିଶ୍ଚୟ ସଫଳ ସେହୁ।୧୦।



Rate this content
Log in

Similar oriya poem from Abstract