STORYMIRROR

Mamatamanjari Das

Romance

3  

Mamatamanjari Das

Romance

ସଫଳ ପ୍ରେମିକ ସିଏ

ସଫଳ ପ୍ରେମିକ ସିଏ

1 min
196

ହାରିବା ଜିତିବା ସଉଦା ନଥାଏ

ପ୍ରେମ ହଉ ହଉ ହୋଇଯାଏ

ପ୍ରେମରେ ତ ଖାଲି ଥାଏ ସମର୍ପଣ

ଶାଶ୍ୱତ ପ୍ରେମ ହିଁ ସିଏ ।


ପ୍ରେମ ତ ଶାଶ୍ୱତ ପ୍ରେମ ଚିରନ୍ତନ

ରହିଛି ରହିବ ଜୀବନ୍ତ ସିଏ

ପ୍ରେମ ସାଗରର ବେଳାଭୂମି ଛାଡି

ରହି ପାରିବକି ପ୍ରକୃତ ପ୍ରେମିକ ଟିଏ ।


ପ୍ରେମ ଚାଦରର ଯେଉଁ ମଧୁର ଉଷ୍ଣତା

ଜାଣିନି ଯଦିବା କିଏ

ପ୍ରେମଟା ତା'ପାଇଁ ମିଛ ମରିଚୀକା

ସେ ରୂପ ରଙ୍ଗେ ଅନ୍ଧ ଥାଏ ।


ସବୁ ଯନ୍ତ୍ରଣାକୁ ଗର୍ଭସ୍ଥ କରି

ଯେ ପ୍ରେମ ପୋଖରୀରେ ଡୁବଟେ ଦିଏ

ତା'ପ୍ରେମ ହୁଏ ଚିର ଅମର

ସଫଳ ପ୍ରେମିକ ସିଏ ।



Rate this content
Log in

Similar oriya poem from Romance