ସଞ୍ଜ ସକାଳ
ସଞ୍ଜ ସକାଳ
ସୂରଜ ଯେ ଅଳସ ଭାଙ୍ଗି ଠିଆହୁଏ
କ୍ଷଣିକେ ପ୍ରଭାତ ଘୁଞ୍ଚି କାହିଁ ଲୁଚିଯାଏ ।
କର୍ମେ କର୍ମବୀର ମଜ୍ଜିଯାଏ ଦିବସେ
ଲକ୍ଷ୍ୟ ପାହାଚରେ ନିଜକୁ ସେ ଭୁଲିଯାଏ ।
ମଧ୍ୟାହ୍ନେ ଯେ ଛାଇ ମୋ ଉପରେ ପଡେ
ପକ୍ଷୀର ରାବରେ ରବି ପାହାଡ଼ରେ ଲୁଚିଯାଏ ।
ସନ୍ଧ୍ୟା ଦୀପ ଜଳି ଝଲସାଏ ଦାଣ୍ଡକୁ
ସଞ୍ଜ ଆକାଶରେ ଖଦ୍ୟୋତ ଯେ ଶୋଭାଦିଏ ।
ରାତ୍ରିର ଶୟନେ ସପନ ଯେ ଭାସି ଆସେ
ପ୍ରଭାତରେ ପଦ୍ମ ପୁଷ୍କରିଣୀରେ ମୁହଁ ସଜାଏ ।