STORYMIRROR

Narayan chandra Senapati

Inspirational

4  

Narayan chandra Senapati

Inspirational

ସଞ୍ଚୟ

ସଞ୍ଚୟ

1 min
23.5K


ଭାବ ଅଭାବର ବଡଦାଣ୍ଡେ ଯେବେ

ହସେ ପୁଣ୍ୟ ସୂର୍ଯ୍ୟୋଦୟ

ସେ ଉଦୟ ମଧ୍ଯୁ ଶୁଭେ କାହା ଧ୍ୱନି

କର କର ହେ ସଞ୍ଚୟ।


ବଳକାରୁ କିଛି ଅବା ଖର୍ଚ୍ଚୁ କାଟି

ରଖିଲେ ହୁଏ ସଞ୍ଚୟ

ଶିଷ୍ଟ ଆଚରଣେ କେବେ ବସା ବାନ୍ଧେ

ସମବେଦନା ଆଳୟ।


ହୁଅନା ନିର୍ବୋଧ କରି ବଦଖର୍ଚ୍ଚ

କର ହେ ଭବିଷ୍ୟ ଚିନ୍ତା

ଅର୍ଜନ ବର୍ଜନ ସମତୁଲ କଲେ

ଦୁଃଖ ହୋଇବ ଅହନ୍ତା।


ଦିନ ମଜୁରିଆ ନିଃଶ୍ଚନ୍ତ ନିର୍ଦ୍ବନ୍ଦ୍ୱ

କରେନା କିଛି ସଞ୍ଚୟ

ଦୁଃଖେ ସଢ଼େ କାନ୍ଦେ ଅବୁଝା ବୁଝେନା

(ତାକୁ)କେହି ହୁଏନା ସହାୟ।


ନିଜର ଖର୍ଚ୍ଚରୁ କାଟି ଟିକେ ମୁଠେ

ରଖିଲେ ସାଇତି ସଞ୍ଚି

ଆସୁ ଝଡ଼ ଝଞ୍ଜା ଲୁଚିବ ବିକଳେ

ଓଠେ ହସ ଦେବ ସିଞ୍ଚି।


ବାଲ୍ୟକାଳୁ ଧର୍ମ କରିଲେ ସଞ୍ଚୟ

ତା ସାଥିରେ ଆଶୀର୍ବାଦ

ସୁଦିନ ଆସିବ ଐଶ୍ୱର୍ଯ୍ୟ ବର୍ଷିବ

ଗଣିବାନାହିଁ ପ୍ରମାଦ।


ଏ ଭବ ସଂସାରେ ମହାଧନ ବିଦ୍ୟା

କଲେ ସଞ୍ଚୟ ଯତ୍ନରେ

ସ୍ୱର୍ଗ ମର୍ତ୍ତ୍ୟ ଆଉ ପାତାଳେ ବିଜୟୀ

ହୋଇବ ନିଶ୍ଚେ ଜ୍ଞାନରେ।


ସବୁଠୁ ଦୁର୍ଲଭ ଭଲପାଇବାକୁ

ଯଦି ସଞ୍ଚ ସରାଗରେ

ସ୍ନେହର କ୍ଷେତରେ ଶ୍ରଦ୍ଧା ପ୍ରେମ ବୁଣ

କାଟିବ ସମ୍ପର୍କ ଚିରେ।


ବିଶ୍ୱସ୍ତ ହୋଇଲେ ସଞ୍ଚିବ ବିଶ୍ୱାସ

କୃତଜ୍ଞ ହେଲେ ଭରସା

ସକଳ ପ୍ରାଣୀଙ୍କ ଆଶିଷର ହାତୁ

ହୋଇବ ବିଜୟ ବର୍ଷା।


କୃପଣର ଧନ ପ୍ରାଚୁର୍ଯ୍ୟ ପାହାଡ଼

ଲାଗେନାହିଁ ପୁଣ୍ୟ କାମେ

ସେ ସଞ୍ଚୟ ଏକ ବିଷାକ୍ତ ଔଷଧ

ଭୁଲିବାନି କେବେ ଆମେ।


ସଞ୍ଚୟ ପାଇଁ କି ନ ଥାଏ ବୟସ

ସମ୍ପ୍ରଦାୟ କି ଅବସ୍ଥା

ଶିଶୁ ଠାରୁ ବୃଦ୍ଧ ଅର୍ଥ,ଯଶ,ଜ୍ଞାନ

ସଞ୍ଚ ହେ ଧରମ ନିଷ୍ଠା।


ସଞ୍ଚୟ ନୁହଁଇ କାର୍ପଣ୍ୟର ଭାବ

ଏ ତ ଶୃଙ୍ଖଳା ସଂସ୍କାର

ଗଢିପାରେ ହାତେ ଦାୟିତ୍ୱ ସମ୍ପନ୍ନ

କରି ସୁନ୍ଦର ବିଚାର ।


ଆସ ଶିଶୁଗଣ ଆସ ବୃଦ୍ଧ ବୃଦ୍ଧା 

କିଣ ହେ ବଜାରୁ କୁମ୍ପି

ପଇସେ ପଇସେ କର ହେ ସଞ୍ଚୟ

ଗଢ଼ ହେ ଐଶ୍ୱର୍ଯ୍ୟ ବାମ୍ଫି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational