ସଂତପ୍ତେ ନିଦାଘେ
ସଂତପ୍ତେ ନିଦାଘେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ନିଆଁ ପରି ଖରା ତାପ ସୂରୁଯ ରଶ୍ମି ର କୋପ
ଜାଳି ପୋଡ଼ି ଦିଏ ଧରା ଅସହ୍ୟ ଏ ଯେଉଁ ଖରା
ତଟିନୀ,ନଦୀ ତଡାଗ, କ୍ଷୀଣ ଜଳେ ଦୃଶ୍ୟ ସୁସ୍କ
ସୂର୍ଯ୍ୟ ରଶ୍ମି ତାପ ଜ୍ଵାଳା ହନ୍ତସନ୍ତ ଧରା ସାରା ଯେ ।
ରୌଦ୍ରତାପେ ସନ୍ତାପିତ ଜ୍ଵଳନେ ଜୀବ ଜଗତ
ଅସ୍ତବ୍ୟସ୍ତ ଚରାଚର ସ୍ଥଳଚର ଜଳଚର
ତଥା ଉଦ୍ଭିଦ ଜଗତ ନିଦାଘେ ସଂତପ୍ତେ ତ୍ରସ୍ତ
ଜଳ ବିହୁନେ ଅସ୍ଥିର ଯେମିତି ସାରା ସଂସାର ଯେ ।
ଚଇତାଳି ଅନୀଳ ରେ ମଲ୍ଲିକା ମହକ ଝରେ
ତରାଟ ଚମ୍ପକ କଳୀ ବୃନ୍ତେ ଖେଳୁଛନ୍ତି ଦୋଳି
ଭୃଙ୍ଗ ଗୁଣୁଗୁଣୁ ସ୍ଵରେ ବୀଣାର ଝଙ୍କାର ତୋଳେ
କୃଷ୍ଣଚୂଡ଼ା ର ହସରେ ନିଦାଘ ପଳାଶ ଫୁଲେ ଯେ ।
ବୌଶାଖ ଝାଞ୍ଜି ପବନ ପାନ୍ଥ ପଥେ ଅବଶର୍ଣ୍ଣ
ମୃଗତୃଷ୍ଣା ଦୃଶ୍ୟେ ତା’ର ବିଭାସେ ତାରକା ମାଳ
ପଥସାରା ବୃକ୍ଷ ହୀନ ଛାୟା ତ ସାତ ସପନ
ସ୍ଵେଦ ଝରେ ଅବିରାମ ୟେ ନିଦାଘ ବଡ଼ ଦାରୁଣ ଯେ ।
ତାପ ଜ୍ଵାଳା ପରାହତେ ସପଥ ନିଅ ସମସ୍ତେ
ଶ୍ୟାମଳ ଭୂଧର ଧରା ବୃକ୍ଷ ସଂଜିବନୀ ପରା
ଜଳ ସଂରକ୍ଷଣ ଯେତେ ନିଦାଘ ର ପ୍ରତିହତେ
ନିସ୍ତାର ମିଳିବ ଧରା ଗ୍ରୀଷ୍ମ ତାପ ଦାଉ ଜ୍ଵାଳା ଯେ ।
ସୌରରଶ୍ମି ଦାଉ ଦାଉ ହୁତାଶ ବର୍ଷେ କି ସେହୁ
ବନସ୍ତେ ବନାଗ୍ନି ଖରେ ମାଡି ଜାଳି ପୋଡିଦିଏ
କବି କି ଲେଖିବ ଆଉ ପୁରା ଭରା ଦୁଃଖ ଦାଉ
ଗ୍ରୀଷ୍ମ ଚିତ୍ର କଲମରେ ଆଙ୍କିଛି ସୁଜ୍ଞନୀ ନରେ ଯେ ।