ସନ୍ତାପିତ ମଣିଷ
ସନ୍ତାପିତ ମଣିଷ
ହାତରେ କିଛି ପାଉଣା ନାହିଁ
ବାଟ ଚାଲିବାକୁ
ଚିରା କନାକୁ ଯୁଗ ଯୁଗ ଧରି
ଆଜି ପର୍ଯ୍ୟନ୍ତ
ବାଟ ଚାଲୁଛି ଯେ ଚାଲୁଛି
ଅସହାୟ ସନ୍ତାପିତ ମଣିଷ
ତା ମ୍ମାନ, ସମ୍ମାନ ନଥିଲା ଭଳି
କିଏବା ପଚାରେ,କିଏବା ନଜର୍ ପକାଏ ।।
ତା ପାଖେ ଥାଏ
ଗୋଟେ ଛୋଟିଆ ଛପର ଘର ଟିଏ
ବେଶ୍ ଖାଲି ନିଶ୍ଵାସ ଆସିବାକୁ
ପ୍ରଶ୍ଵାସ ଜୀବାକୁ
ତାର କିଛି ବି ଅଭିଳାଷ ନଥାଏ ।।
ସରକାରଙ୍କ ସମ୍ପତ୍ତି ଉପରେ
ତା ଜୀବନରେ ଆଲୁଅ କଣ ଜାଣିନି
ଜାଣିଛି ଅନ୍ଧାର କଣ ଯେ
କେମିତି ଦିସେ, କେତେବେଳେ ଦିସେ ।।
ତା କଥାକୁ ଯମା ବିଶ୍ବାସ କରନ୍ତି ନି
ସେ ସତ ସତିଆ ଥିଲେ ମଧ୍ୟ
ଏବେବି ଗ୍ୟାସ୍ ନୁହେଁ ବରଂ
ଜଙ୍ଗଲ କାଟି ନିଆଁ ଲଗାଇ
ଖାଉଛନ୍ତି ଦଣ୍ଡେ ଭାତ ।।
ଖାଇବାକୁ ଠିକ୍ ଭାବରେ ପଇସା ନଥାଏ
ପାଠ କଣ ପଢିବ ଯେ ଟିପ୍ପଣୀ ଚିହ୍ନ ଦେଇ
ଚାଲନ୍ତି ଆମରି ଦେବଦାସ୍ ।।
