STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସନ୍ତାନ

ସନ୍ତାନ

1 min
298

ଜୀବନେ ଆନନ୍ଦ ହୁଏରେ ତହିଁରେ

  ସନ୍ତାନ ଟି ଆଜ୍ଞାକାରୀ,

ସନ୍ତାନ ପ୍ରଶଂସା ଜନ ମୁଖୁ ଶୁଣି

  ଖୁସି ମନେ ଦିଏ ଭରି।


ସମ୍ମାନ ମିଳେଟି ସମାଜରେ ତାକୁ

  ମିଳୁ ଥାଏ ଆଶିର୍ବାଦ,

ଖୁସି ପିତୃମାତୃ ସନ୍ତାନ କାର୍ଯ୍ୟରେ

  ଦେଉଥାନ୍ତି ଆଶିର୍ବାଦ।


ସନ୍ତାନ ଗୌରବେ ବଞ୍ଚିବାର ଇଚ୍ଛା

  ମନଇଚ୍ଛା ହୁଏ ତହିଁ,

ଆଦର୍ଶ ସନ୍ତାନ ପାଇ ପିତୃମାତୃ 

  ହୁଏ ସଞ୍ଜୀବନୀ ଯହିଁ।


ଶିକ୍ଷାରେ ନିପୁଣ ଜ୍ଞାନରେ ଭୂଷଣ

  ଦିଏ ଉପଦେଶ ଜନେ,

ସମାଜକୁ ଦିଏ ଶିକ୍ଷା କର୍ତ୍ତବ୍ୟର

  ଗ୍ରହଣ କରନ୍ତି ଜନେ।


ଜନତା କଲ୍ୟାଣେ ହୁଅ ଆଗଭର

  କୁସଂସ୍କାର ବହିଷ୍କାର,

ରାଷ୍ଟ୍ରର ନିର୍ମାଣେ ଭାବ ସମର୍ପଣ

  ଜୀବନେ କରେ ଆଧାର।


ମନ୍ତ୍ର ଅହିଂସାକୁ କରେ ଜପମାଳି

  ଜୀବ ପ୍ରତି ପ୍ରେମ ଭାବ,

କର୍ମ ଯୋଗୀ ହୋଇ କର୍ମ କରୁ ଥାଏ

  ନିସ୍ବାର୍ଥରେ କର୍ମ ଭାବ।


ବଚନ ତାହାର ଅମୃତଭଣ୍ଡାର

  ନିଏ ମୋହି ଜନମନ,

ସନ୍ତାନ ପ୍ରଶଂସା ଶୁଣି ପିତୃମାତୃ

  ନିଜକୁ ମାନନ୍ତି ଧନ୍ୟ।


ପ୍ରଭୁ ପଦେ ଭକ୍ତି ଅନୁକ୍ଷଣେ ତାଙ୍କ

  ଜୟ ଜୟ ଜଗନ୍ନାଥ,

ଜୀବନ ସାର୍ଥକ କରିଲ କାଳିଆ

  ପୁତ୍ରମଣୀ ଦେଲ ନାଥ।


ଗୃହରେ ସମ୍ମାନ ଦେଲା ପୁତ୍ରମଣୀ

  କରିଲା ଜୀବନ ଧନ୍ୟ,

ତବ ଆଶିର୍ବାଦୁ ସମ୍ଭବ ହୋଇଛି

  ରଖି ଥିବ ପୁତ୍ରେ ଧ୍ୟାନ।


ଚକାନୟନରେ ଧ୍ୟାନ ରଖି ଥିବ

  କର୍ମଜ୍ଞାନ ପଥେରହୁ,

ଅବିସ୍ମରଣୀୟ କର୍ମପଥ କର

  ମନ ରାଷ୍ଟ୍ରକାର୍ଯ୍ୟେ ରହୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract