ସନ୍ତାନ
ସନ୍ତାନ
ମୋ ଦେହର ସଂଗୁପ୍ତ କୋଠରୀ ଡେଇଁ
ଅନ୍ଧାରୁଆ ଇଲାକାରୁ
ତୁ ଆସିଲୁ ଇଚ୍ଛା ଜନ୍ମ ର ବର ପାଇ
ମୋ ମାତୃତ୍ଵ କୁ ସାର୍ଥକତା ଦେଇ l
ସେତେବେଳେ ପ୍ରଥମ ସୂର୍ଯ୍ୟ ର
ସ୍ବର୍ଣ୍ଣାଭ ଝଲକରେ
ଝଲସି ଯାଉଥିଲ ମୋ ନାରୀତ୍ଵ
ଓ ତୋ କୁନି କୁନି ଓଠ ର ସ୍ପର୍ଶ ରେ
ଝରି ପଡୁଥିଲା ଅମୃତ....….!
ଓଃ... କି ଅପୂର୍ବ ଆନନ୍ଦ
ମୁହୂର୍ତ୍ତ କେ ଭୁଲିଗଲି ଯନ୍ତ୍ରଣା ଓ କଷ୍ଟ
କି ଅନନ୍ତ ତୃପ୍ତି....
ତୋର ସେଇ କୋମଳ ସାନିଧ୍ୟ
କୁଆଁ କୁଆଁ ଶବ୍ଦ ର ତରଙ୍ଗ
ସତେ ଅବା ସକାଳର
ଶୁଭ ଶଙ୍ଖ ନାଦ l
ଅଗଣପାଲଟି ଗଲା
ସ୍ବର୍ଗ ର ନନ୍ଦନ ବନ ଆଉ...
ସଫଳ ତା ର ସ୍ମିତ ହସରେ
ଉଲ୍ଲସି ଉଠୁଥିଲା ସଂଚାରକ ପିତୃ ପ୍ରାଣ ।
ପାଦ ତଳେ ଆଉ ଲାଗୁ ନ ଥିଲା
ଉତ୍ତର ପିଢ଼ି କୁ ଦେଖି
ଆତ୍ମ ଗର୍ବ ରେ ଫାଟି ପଡୁ ଥିବା
ଜେଜେ ଆଉ ଜେଜେମା'ଙ୍କର ।
ସନ୍ତାନ ସେ ତ ଈଶ୍ୱର ଙ୍କ ଦାନ
କାହିଁ କେତେ ଜନ୍ମ ର ପୁଣ୍ୟ
ସେ ନ ଥିଲେ ଐଶର୍ଯ୍ୟ ମୂଲ୍ୟହୀନ
ଶ୍ରୀହୀନ ଓ ଦୀପ୍ତିହୀନ
ନାରୀ ଭିତରେ ଅର୍ନ୍ତଦାହ ହେଉଥାଏ
ବନ୍ଧ୍ୟା ର କଷଣ ll