ସଂସ୍କୃତି ଧାରା
ସଂସ୍କୃତି ଧାରା
କବିତା - ସଂସ୍କୃତି ଧାରା
ରଚନା - ପଞ୍ଚାନନ ଜେନା
ତାରିଖ -17-01-2026
++++++++++++++++
ଆଖିରେ ଚୋରା ବସନ୍ତ
ଚାଲିରେ ହସନ୍ତ ହେମନ୍ତ
ପାପୁଲିରେ ରୁଦ୍ର ବୈଶାଖ
ନିଶ୍ୱାସରେ ଶରତ ମୟୁଖ
ବୁଝି ପାରୁଛ କି ନାହିଁ ?
ଆହେ ପୁରୁଷ ଗୋସେଇଁ
ଷଡ଼ଋତୁକୁ ସାଥିରେ ଧରୀ
ବୁଲୁଥାଏ କୁମାରୀ ମୟୁରୀ ।
ସ୍ନେହ ମମତାରେ ହିମାଳୟ
ଦୟା କରୁଣାରେ ମହାସାଗର
ତ୍ୟାଗ ବଳିଦାନେ ବିନ୍ଧ୍ୟାଳୟ
ସେବା ସତ୍କାରେ କ୍ଷମାସାଗର
ହେଜି ପାରୁଛ କି ନାହିଁ ?
ଆହେ ପୁରୁଷ ଗୋସେଇଁ
ପର୍ବତ ସାଗର ଗର୍ଭରେ ଧରି
ନାରୀ ନୁହେଁ ସେ ଜଗତ ଧୂରୀ ।
ଗୃହସ୍ଥି କୁଟୁମ୍ବ ମଧ୍ୟେ କର୍କରେଖା
ଚାରିକାନ୍ଥ ଭିତରେ ନନ୍ଦନକାନନ
ପୂଜା ପାର୍ବଣ ପାଳନେ ସମୟରେଖା
ପର୍ବ ପର୍ବାଣୀ କହେ ଖନାବଚନ
ମୁଣ୍ଡରେ ପଶିଲା କି ନାହିଁ ?
ଆହେ ପୁରୁଷ ଗୋସେଇଁ
ସଂସ୍କାର ପରମ୍ପରା ଗଭା ଗଜରା
ମହିଳା ନୁହଁ ସେ ସଂସ୍କୃତି ଧାରା
