STORYMIRROR

Debadatta Jena

Abstract Classics Inspirational

4  

Debadatta Jena

Abstract Classics Inspirational

ସଂସାର ସାର

ସଂସାର ସାର

1 min
201

କେହି ରହି ନାହିଁ ରହିବେ ନାହିଁଟି

ଭବ ରଂଗ ଭୂମି ତଳେ,

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳ ବଳେ..!

ରଂଗ ବୋଳି ମୁହେଁ ଏ ରଂଗ ମଞ୍ଚରେ 

ପାତ୍ର ପାତ୍ରୀ କଳାକାର,

ରଂଗ ଛାଡି ଗଲେ ଅଭିନୟ ପରେ

ସବୁ ହେବେ ଏକାକାର..!

ଦଇବ ଦଉଡି ମଣିଷ ଯେ ଗାଈ

ଯେଣିକି ନିଏ ସେ ଯାଇ,

ଦେବତା ହେଲେ ଵି ବାହୁଡେ ନିଶ୍ଚୟ,

ଏକଥା ଅନ୍ୟ ନୁହଁଇ..!

କ୍ଷମତା ପ୍ରତିଷ୍ଠା ନୁହଁଇ କେବଳ

ଜୀବନର ମାନ ଦଣ୍ଡ,

କ୍ଷମତା ବଳରେ ମଦ ମତ୍ତ ହୋଇ

ନ ଭୂଲ ସତ୍ୟ ଅଖଣ୍ଡ..!

ଘୁରୁଚି ଘୁରିବ ଏଇ ରଥ ଚକ,

ନିରନ୍ତର ନିର୍ନିମେଷ,

ସମୟ ସ୍ରୋତରେ ଏକାକାର ସବୁ,

କ୍ଷଣେ ସ୍ଥିର ସେ ଅସ୍ଥିର,

ଆଜି ଯେ ଅମୀର କାଲିକୁ ଫକୀର

ସମୟର ଖେଳଘର..!

ମୋର ମୋର ବୋଲି ଯାହାକୁ ଭାବୁଛ,

କେହି ନୁହେଁ ତ ନିଜର,

ଜୀବ ଗଲାବେଳେ ସାଙ୍ଗରେ ନ ଥିବେ

କେହି ନୁହେଁ ଆପଣାର..!

ସ୍ୱାର୍ଥରେ ଦୁନିଆଁ,ମୋର ମୋର ବୋଲେ,

ସବୁତ ଅଢେଇ ଦିନ,

ସ୍ୱାର୍ଥ ସରି ଗଲେ କେହି ନୁହେଁ କା'ର

ଏହିତ ସଂସାର ସାର..!

ସ୍ୱାର୍ଥ ମେଧ ଯ6ଜ୍ଞ ସଭିଏଁ ମାତନ୍ତି

ସ୍ୱାର୍ଥକୁ ସାରଥୀ କରି,

ସ୍ୱାର୍ଥ ସରିଗଲେ ଚିତା ଯେ କାଟନ୍ତି,

ମିତ୍ର ବୋଲାଏ ବଇରୀ..!

ବ୍ରହ୍ମ ଏକା ସତ୍ୟ ଜଗତ ଯେ ମିଥ୍ୟା

ଏକଥା ତ୍ରିବାର ସତ୍ୟ,

ବ୍ରହ୍ମ ନୁହେଁ ଏକା ଅଳିକ ଅସାର,

ଏହାହିଁ ଅକାଟ୍ୟ ସତ୍ୟ..!

କାଲି ଯିଏ ବସେ ରାଜେନ୍ଦ୍ର ଆସନେ

ଆଜି ସେ ଦିନ ଦରିଦ୍ର,

ଦିନ ଦରିଦ୍ର ଯେ ଭାଗ୍ୟେ ପ୍ରାପ୍ତ ହୁଏ

ଇନ୍ଦ୍ର ପଦର ଆସନ..!

ଯୌବନ ଧନ ସମ୍ପତି ଓ ପ୍ରଭୁତ୍ୱ 

ସ୍ୱୟଂ ଅଵିଵେକିତା,

ସଦା ରହି ନାହିଁ ରହିବ ନାହିଁଟି,

ସଂସାର ସାର କଥା..!

ବିଭୂ ପଦେ ରହୁ ଧ୍ୟାନ ସଭିଙ୍କର,

ସକଳ ସୃଷ୍ଟି ଆଧାର 

ବିଭୂ ଛଡା ନୁହେଁ କେହି ଚିରସ୍ଥାୟୀ

ବିଭୂ ପ୍ରେମ ଯେ ଅମର..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract