ସଂସାର ମଧ୍ୟେ ଯେତେ ଜନ
ସଂସାର ମଧ୍ୟେ ଯେତେ ଜନ
ସଂସାର ମଧ୍ୟେ ଯେତେ ଜନ
ସମସ୍ତ ହୃଦେ ଭଗବାନ ।
ରହି ଅଛନ୍ତି ପ୍ରତି ସ୍ତରେ
ନିର୍ଲିପ୍ତ ଆତ୍ମାରେ ବିହରେ ।
କରି କରାଉ ଛନ୍ତି ସେହି
ସଭିଙ୍କ ଦେହ ମଧ୍ୟେ ରହି ।
ପର ଆପଣା ଭେଦ ନାହିଁ
ମହୀରେ ଯେତେ ଛନ୍ତି ରହି ।
ସଭିଙ୍କ ଦେହେ ବିରାଜନ୍ତି
ସଭିଙ୍କୁ ଆପଣା ମଣନ୍ତି ।
ତେଣୁ ମାନବ ହେତୁ ଧର
କର ହେ ପରୋପକାର ।
ଶତ୍ରୁ ମିତ୍ରକୁ ମନୁ ତେଜ
ସେନେହ ବନ୍ଧନରେ ମଜ୍ଜ ।
ରାଗ ହିଂସାକୁ ପରିହର
ଛନ୍ଦ କପଟ ଦୂର କର ।
ମନୁ ମଳିନ ଭାବ ହର
ବିପଦେ ସାହାଯ୍ୟଟି କର ।
ପରସ୍ପରର ସହଯୋଗେ
ଆଗକୁ ବଢ ନର ବେଗେ ।
କାହାକୁ ଛୋଟ ଭାବ ନାହଁ
ହୃଦୟେ ହରି ବାସ ତହିଁ ।
ଧନୀ ଗରିବ ଦେଖ ନାହିଁ
ସେନେହ ଭାବ ରଖ ତହିଁ ।
ମନ ଜାଣିଣ ସେବା କର
ମିଳିବେ ନିଶ୍ଚେ ଚକ୍ରଧର ।
ମାନବ ସେବା ହିଁ ମାଧବ
କହି ଅଛନ୍ତି ବାସୁଦେବ ।
ଅତିଥି ସେବ ଭକ୍ତି ଭରେ
ମନ ହୃଦୟ ଆଗ୍ରହରେ ।
କାହାକୁ ଘୃଣା କର ନାହିଁ
ହୃଦୟେ ହରି ଛନ୍ତି ରହି ।
ଅଢେଇ ଦିନିଆ ଜୀବନ
କାହାକୁ ଦେଖ ନାହିଁ ହୀନ ।
ଦିଅନି କେବେ ଅପମାନ
ତାହା ପାଇବେ ଭଗବାନ ।
ଈର୍ଷାଟି କରନି କାହାକୁ
ଆଘାତ ଦିଅନି ମନକୁ ।
ନିନ୍ଦା ଚର୍ଚ୍ଚାରେ ବୁଡାଅନି
ପ୍ରଭୁଙ୍କୁ କେବେ ପାଇବନି ।
ଦିଅନି କାହାକୁ ଆଘାତ
କର୍ମରେ ଘଟିବ ବ୍ୟାଘାତ ।
ମାନବ ଆଶୀର୍ବାଦ ଥିଲେ
ମହୀରେ ତିଷ୍ଠେ ସିଏ ଭଲେ ।
ଜଗନ୍ନାଥଙ୍କ ଭାଗବତ
ଗରେ ଘରେ ସେ ପ୍ରଚଳିତ ।
ଦୋଷ ମୋହର ପ୍ରଭୁ କ୍ଷମ
ଚରଣେ ଶରଣ ମୁଁ ତୁମ ।
