STORYMIRROR

Lata Behera

Abstract

4  

Lata Behera

Abstract

ସଂସାର ମଧ୍ୟେ ଯେତେ ଜନ

ସଂସାର ମଧ୍ୟେ ଯେତେ ଜନ

1 min
3


ସଂସାର ମଧ୍ୟେ ଯେତେ ଜନ

ସମସ୍ତ ହୃଦେ ଭଗବାନ ।

ରହି ଅଛନ୍ତି ପ୍ରତି ସ୍ତରେ

ନିର୍ଲିପ୍ତ ଆତ୍ମାରେ ବିହରେ ।

କରି କରାଉ ଛନ୍ତି ସେହି

ସଭିଙ୍କ ଦେହ ମଧ୍ୟେ ରହି ।

ପର ଆପଣା ଭେଦ ନାହିଁ 

ମହୀରେ ଯେତେ ଛନ୍ତି ରହି ।

ସଭିଙ୍କ ଦେହେ ବିରାଜନ୍ତି

ସଭିଙ୍କୁ ଆପଣା ମଣନ୍ତି ।

ତେଣୁ ମାନବ ହେତୁ ଧର

କର ହେ ପରୋପକାର ।

ଶତ୍ରୁ ମିତ୍ରକୁ ମନୁ ତେଜ

ସେନେହ ବନ୍ଧନରେ ମଜ୍ଜ ।

ରାଗ ହିଂସାକୁ ପରିହର

ଛନ୍ଦ କପଟ ଦୂର କର ।

ମନୁ ମଳିନ ଭାବ ହର

ବିପଦେ ସାହାଯ୍ୟଟି କର ।

ପରସ୍ପରର ସହଯୋଗେ

ଆଗକୁ ବଢ ନର ବେଗେ ।

କାହାକୁ ଛୋଟ ଭାବ ନାହଁ 

ହୃଦୟେ ହରି ବାସ ତହିଁ ।

ଧନୀ ଗରିବ ଦେଖ ନାହିଁ 

ସେନେହ ଭାବ ରଖ ତହିଁ ।

ମନ ଜାଣିଣ ସେବା କର

ମିଳିବେ ନିଶ୍ଚେ ଚକ୍ରଧର ।

ମାନବ ସେବା ହିଁ ମାଧବ

କହି ଅଛନ୍ତି ବାସୁଦେବ ।

ଅତିଥି ସେବ ଭକ୍ତି ଭରେ

ମନ ହୃଦୟ ଆଗ୍ରହରେ ।

କାହାକୁ ଘୃଣା କର ନାହିଁ 

ହୃଦୟେ ହରି ଛନ୍ତି ରହି ।

ଅଢେଇ ଦିନିଆ ଜୀବନ

କାହାକୁ ଦେଖ ନାହିଁ ହୀନ ।

ଦିଅନି କେବେ ଅପମାନ 

ତାହା ପାଇବେ ଭଗବାନ ।

ଈର୍ଷାଟି କରନି କାହାକୁ

ଆଘାତ ଦିଅନି ମନକୁ ।

ନିନ୍ଦା ଚର୍ଚ୍ଚାରେ ବୁଡାଅନି

ପ୍ରଭୁଙ୍କୁ କେବେ ପାଇବନି ।

ଦିଅନି କାହାକୁ ଆଘାତ 

କର୍ମରେ ଘଟିବ ବ୍ୟାଘାତ ।

ମାନବ ଆଶୀର୍ବାଦ ଥିଲେ

ମହୀରେ ତିଷ୍ଠେ ସିଏ ଭଲେ ।

ଜଗନ୍ନାଥଙ୍କ ଭାଗବତ

ଗରେ ଘରେ ସେ ପ୍ରଚଳିତ ।

ଦୋଷ ମୋହର ପ୍ରଭୁ କ୍ଷମ

ଚରଣେ ଶରଣ ମୁଁ ତୁମ ।



Rate this content
Log in

Similar oriya poem from Abstract