Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Amita Rath

Abstract

3  

Amita Rath

Abstract

ସଂସାର ହାଟ

ସଂସାର ହାଟ

1 min
139


ସଂସାର ହାଟରେ ମୁଁ ବି ଏକ ସଦସ୍ୟ।

ପ୍ରତ୍ୟେକେ ଏଠି ଜଣେ ଜଣେ କ୍ରେତା ଓ ବିକ୍ରେତା, 

ଦ୍ରବ୍ୟର ଆଦାନ ପ୍ରଦାନ ପାଇଁ କିନ୍ତୁ,

ନାହିଁ କିଛି ଟଙ୍କା ପଇସା ର ଆବଶ୍ୟକତା।

ଗୁଣ ଚିହ୍ନେ ଗୁଣିଆ , ସୁନା ଚିହ୍ନେ ବଣିଆ ନ୍ୟାୟ ରେ

ପ୍ରତିଟି ଦ୍ରବ୍ୟର ମୂଲ୍ୟ ଏଠି

ନିର୍ଦ୍ଧାରିତ ହୁଏ ସେଇ ଅଦ୍ରୃଶ୍ୟ ସତ୍ତା ଙ୍କ ଇଚ୍ଛାରେ।

ପ୍ରତ୍ୟେକ ବ୍ୟକ୍ତି ଦେଇ ଥିବା ବସ୍ତୁ ର

ମୂଲ୍ୟ ଅବଶ୍ୟ ପାଏ, ହୁଏତ ଆଜି,

ନହେଲେ କାଲି , କିମ୍ବା ଆଉ କେବେ।

କାହାରି ପ୍ରତି ଅବିଚାର ହେବାର ପ୍ରଶ୍ନ ହିଁ ନାହିଁ।।

ସଭିଏଁ ଆସନ୍ତି ଏଠିକୁ ଶୂନ୍ୟ ହାତରେ,

ଯାଆନ୍ତି ମଧ୍ୟ ଶୂନ୍ୟ ହାତରେ,।

ଲାଭ କ୍ଷତି ଯାହା ଯେତେ,

ପର ଜନ୍ମ ପାଇଁ ଲେଖା ହୁଏ ଜମାଖାତା ରେ।

କିଏ ଦେଲା କେତେ , ପାଇଲା କେତେ

ତା'ର ହିସାବ ରଖିବାର ଆବଶ୍ୟକତା ହିଁ ନାହିଁ।

ଏ ହାଟ ତ ଗୋଟେ ଜନ୍ମ ପାଇଁ ନୁହେଁ , ବରଂ

ଜନ୍ମ ଜନ୍ମାନ୍ତର ପାଇଁ !

ସଭିଏଁ ଆସନ୍ତି ଦୁନିଆ ହାଟକୁ ଜୀବନ ର ସଉଦାନେଇ,

ନିଜ ନିଜର କର୍ମ କରନ୍ତି,

କର୍ତ୍ତବ୍ୟ ର ଆହ୍ୱାନ ରେ। 

ଅଥଚ , ଫଳକୁ ଆଶା କରିବାର

ଅଧିକାର ନାହିଁ ସେମାନଙ୍କ ର।

ସେ ଅଧିକାର ତ କେବଳ ଅଛି ସେଇ ସର୍ବ ଶକ୍ତିମାନଙ୍କ ର, ଯିଏ

ଏ ହାଟର ସମସ୍ତ ବସ୍ତୁ ର ମୂଲ୍ୟ ନିର୍ଦ୍ଧାରକ ଓ ହିସାବକର୍ତ୍ତା ।



Rate this content
Log in

More oriya poem from Amita Rath

Similar oriya poem from Abstract