STORYMIRROR

Sanjya Tripathy

Classics

4  

Sanjya Tripathy

Classics

ସଂପର୍କ

ସଂପର୍କ

1 min
265


ତା’ ଆଖିରେ ମଳୟର ଚୋରା ଚଇତାଳି

ମୋ ଆଖିରେ ନୀରବ ଅଶ୍ରୁର ଉତ୍ଥାନ ପତନ

ତା’ ସଲ୍ଲଜ ହସର ଆମଂତ୍ରଣରେ ମୁଁ ବଂଦୀ

ମୋ କୋମଳ ସାଂଧାରରେ ସେ ସରସତା

ତା ଦୃଷ୍ଟିର ପରିସୀମାରେ ଧୁମ୍ରାର୍ଡ ଦିଗଂତ

ଅନଂତ ନୀଳିମା-ଏକ ମହାଜାଗତିକ ସତ୍ତା

ମୁଁ ବି ଅନୁଭବେ ପରିବ୍ୟାପ୍ତିର ଏ ପରିବର୍ତିତ ସତ୍ୟ

ସଂପର୍କଟି ଛିଡା ପଡୁଥିବା ବେଳେ

ସ୍ମୃତିର ସରହଦ୍ ତଳୁ ମୁଁ ଗୋଟାଇ ଅଣେ

ସଂମଂତକ ମଣି

ଲାଲ ଗହୀରର ଇତିକଥାରେ

ପୁଣି ଯୋଡି ହୋଇଥାଏ ପୁଣି ଲେଖା ହୁଏ

ବାକି ଇତିହାସର ଶେଷ ଦୃଶ୍ୟ

ଏଠି ସମୟ ବି ଠପ୍- ଅସ୍ତିତ୍ଵ ବି ଠପ୍

ଥ୍ପ୍ ଥ୍ପ୍ ବର୍ଷାର ପଦପାତରେ ନବଉନ୍ମେଷ

ମୌସୁମୀର ମୋହିନୀ ଜଂତାରେ ଜୀବଜଗତ

କ୍ରମଶଃ ପାରଦ ଖସିଆସେ ଆଶ୍ବସ୍ତିର ସଂଦେଶରେ

ବନ୍ୟ ମୟୁରୀ ରିମ୍ଝିମ୍ ନୃତ୍ୟରେ ସେକ୍‌ ଅପିଲ୍

ତୁମ ଚପଳା ଚଳଚଂଚଳା ପଦଧ୍ଵନିରେ ସଂଭୋଗର ସଂକତେ

ଅବୋଲକରା କାହାଣିର ଶେଷ ପ୍ରଶ୍ନରେ

ପ୍ରହେଳିକମୟ କୁହେଳିକା

ତୁମ ପ୍ରେମର ଉଜାଣି ଯମୁନାରେ ମୁଁ ଏକ ସୁଅ ମୁହଁର ପତର

ତୁମ ନୀଳପ୍ରେମର ବାର୍ତା ବହନ କରି

ଝରିଆସେ ଏକ ବାସଂତିକ କବିତା ।


Rate this content
Log in

Similar oriya poem from Classics