ସଂକ୍ଷିପ୍ତ ରାମାୟଣ ଅଯୋଧ୍ୟା କାଣ୍ଡ
ସଂକ୍ଷିପ୍ତ ରାମାୟଣ ଅଯୋଧ୍ୟା କାଣ୍ଡ
ସୁମନ୍ତ୍ର ମନ୍ତ୍ରୀଙ୍କୁ ପାଖକୁ ଡକାଇ
କୁହନ୍ତି ଅଯୋଧ୍ୟା ଶିରୀ ।
ଚାରି ପୁତ୍ରଙ୍କର ବିଭାଘର ହେବ
ଯିବା ଟି ମିଥିଲା ପୁରୀ ।
ସମସ୍ତ ପ୍ରକାର ପ୍ରସ୍ତୁତି କର ହେ
ବିବାହ ସାମଗ୍ରୀ ମାନ ।
ଯଥାଶୀଘ୍ର ଯାଇ ମାଙ୍ଗଳିକ କାର୍ଯ୍ୟ
କରିବାଟି ସମାପନ ।
ମନ୍ତ୍ରୀ ପାରିଷଦ ସମସ୍ତେ ମିଶିକି
ଗଲେ ମିଥିଳା ଭୁବନ ।
ଗୋଟି ଗୋଟି କରି ସବୁ ଧରିଥିଲେ
ଆବଶ୍ୟକ ଦ୍ରବ୍ୟମାନ ।
ମିଥିଳା ରାଜ୍ୟରେ ପ୍ରବେଶି ରାଜନ
ବନ୍ଧୁ ଭାବ ଗଲେ ରଖି ।
ରାମ ସଙ୍ଗେ ସୀତା ଲକ୍ଷ୍ମଣ ସହିତେ
ଉର୍ମିଳାଙ୍କୁ ଦେଲେ ଜୋଖି ।
ଭରତ ସହିତ ମାଣ୍ଡବି ବିବାହ
ଶତୃଘନ ସୃତକୀର୍ତ୍ତି ।
ବଶିଷ୍ଠ ଋଷି ଯେ ମନ୍ତ୍ର ଉଚ୍ଚାରନ୍ତେ
ସର୍ବେ ହେଲେ ଶାନ୍ତି ତୃପ୍ତି ।
ବିବାହ ଉତ୍ସବ ସମାପନ କରି
ଫେରିଲେ ସ୍ୱରାଜ୍ୟ ପଥେ ।
ଫେରିବା ବାଟରେ ବୀର ପର୍ଶୁରାମ
ତାଙ୍କ ବାଟ ଓଗାଳନ୍ତେ ।
ପର୍ଶୁରାମ ଦର୍ପ ଭଞ୍ଜନ କରିଣ
ଫେରିଲେ ରଘୁରାଜନ ।
ଅଯୋଧ୍ୟା ରାଜ୍ୟରେ ପ୍ରବେଶ ହୁଅନ୍ତେ
କଲେ ବନ୍ଦାପନା ମାନ ।
ଚାରି ପୁତ୍ର ସାଥେ ଚାରି ବୋହୁ ପାଇ
ହରଷ ଅଯୋଧ୍ୟାବାସୀ ।
ଦଶରଥ ରାଜା ଆନନ୍ଦ ହୋଇଲେ
ରାଣୀ ମାନେ ହେଲେ ଖୁସି ।
କିଛି କାଳ ଅନ୍ତେ ରାଜା ଦଶରଥ
ମନ୍ତ୍ରୀ ପାରିଷଦ ଡାକି ।
କହନ୍ତି ସଧିରେ ରାମ ରାଜା ହେବେ
ତ୍ୱରିତେ କର ପ୍ରସ୍ତୁତି ।
ଅଯୋଧ୍ୟା ନଗରେ ଅତି ମନୋହରେ
କରନ୍ତେ ସର୍ବ ପ୍ରସ୍ତୁତି ।
ବିହି ହେଲା ବାମ ମନ୍ଥରା ମନ୍ତ୍ରଣା
କୈକେୟୀ କଦର୍ଯ୍ୟ ମତି ।
କୁଟ ଓ କପଟ ମନ୍ତ୍ରଣା କରିଲା
କୁତ୍ସିତ ମନ୍ଥରା ନାରୀ ।
ନିମିଷ ମଧ୍ୟରେ ବଦଳି ଗଲା ସେ
ଅଯୋଧ୍ୟାର ସୁଖ ଶିରୀ ।
ଚଳିଲେ ତ୍ୱରିତେ ରାଜାଙ୍କର ପାସ
ବର ମାଗିବା ସକାଶେ ।
ସତ୍ୟ କରିଥିଲେ ଦୁଇ ବର ପାଇଁ
ଆସିଛି ମୁହିଁ ସେ ଆସେ ।
ପ୍ରଥମ ବର ଯେ ରାମ ଯିବ ବନ
ଚଉଦ ବରଷ ପାଇଁ ।
ଗୃହେ ନ ରହିବ ଅନ୍ନ ନ ଖାଇବ
ଏହା ପୂର୍ଣ୍ଣକର ସାଇଁ ।
ଦ୍ଵିତୀୟ ବର ଯେ ମୋହର କୁମର
ଅଯୋଧ୍ୟାର ରାଜା ଜାଣ ।
ଏହି ଦୁଇ ବର ପୂର୍ଣ୍ଣ କର ଶୀଘ୍ର
ନ ହେଲେ ତେଜିବି ପ୍ରାଣ ।
ଘୋର ସଂକଟର ପଡି ଦଶରଥ
ନ ସ୍ଫୁରେ ବାକ୍ୟ ତୁଣ୍ଡରୁ ।
କି କଥା କହୁ ଲୋ ହୃଦୟ ସୁନ୍ଦରୀ
ରାମଙ୍କୁ ତେଜି କି ପାରୁ ।
ରାମ ମୋର ପ୍ରାଣ ରାମ ମୋର ମନ
ରାମ ମୋ ହୃଦ ସ୍ପନ୍ଦନ ।
ରାମ ବିନେ ମୁହିଁ ବଞ୍ଚି ନ ପାରିବି
ଶୁଣ ହେ ନାରୀ ରତନ ।
ସତ୍ୟ କରିଥିଲି ଦେବି ଦୁଇ ବର
ଅନ୍ୟ ଯା ମାଗିବୁ ସଖି ।
ରାମ ବିନୁ ଯଦି ମୋ ପ୍ରାଣ ମାଗିବୁ
ତୋ ଆଗେ ଦେବି ମୁଁ ରଖି ।
ମାତା ପିତା ଠାରୁ ମେଲାଣି ମାଗିଣ
ବନବାସ ଯିବାପାଇଁ ।
ତ୍ୱରିତେ ପ୍ରସ୍ତୁତ ହେବାକୁ ଉଦ୍ୟତ
ହେଲେ ଯେବେ ରଘୁସାଇଁ ।
ପିତୃ ସତ୍ୟ ପାଳି ବନକୁ ଯିବାକୁ
ରାମ ହୁଅନ୍ତେ ଉଦ୍ୟତ ।
ଲକ୍ଷ୍ମଣ ଓ ସୀତା ପଛ ନ ଛାଡ଼ନ୍ତି
ବାରଣ ସତ୍ୱେ ଶତତ ।
ରାମ ଲଇକ୍ଷଣ ସହିତେ ସିତୟା
ତିନିଜଣ ଗଲେ ବନ ।
ଭରତ ଶତ୍ରୁଘ୍ନ ମତୁଲାଳୟରୁ
ଆସିଲେ ଫେରି ବହନ ।
ଦେଖିଲେ ଭରତ ଶ୍ରୀରାମ ଓ ସୀତା
ଯାଇଛନ୍ତି ଘୋର ବନ ।
ଲକ୍ଷ୍ମଣ ଅଛଇ ତାଙ୍କ ସହିତରେ
ମୁହିଁ ଅଧମ ଟି ହୀନ ।
ଚଳିଲେ ଭରତ ମାତାଙ୍କ ଆଗକୁ
କହିଲେ ଧିକ ତୁ ନାରୀ ।
ନିଜ ପୁତ୍ର ପାଇଁ ରାମ ଠାକୁରଙ୍କ
ହୋଇ ତୁ ପରିଲୁ ବୈରୀ ।
କଟୁକଥା କହି ଶତ୍ରୁଘ୍ନ ସହିତେ
ବାହାରିଲେ ଭ୍ରତ ବୀର ।
ଫେରାଇ ଆଣିବି ଶ୍ରୀରାମ ଠାକୁର
ଏହା ତାଙ୍କ ଅଧିକାର ।
ଚିତ୍ରକୁଟ ଗିରୀ ରାମ ତପଚାରୀ
ଶୋଭିତ ଅତି ଉପମା ।
ଲକ୍ଷ୍ମଣ ଅଛଇ ପଦାସେବା କରି
ସୀତା ମାତା ଛନ୍ତି ବାମା ।
ଶ୍ରୀରାମଙ୍କ ପାଶେ ଯାଇଣ ଭରତ
ଭକ୍ତି ନୈବେଦ୍ୟ ଅର୍ପିଲେ ।
ଶତୃଘନ ଯାଇ ଲକ୍ଷ୍ମଣ ପାଦରେ
ନିଜେ ଓଳଗି ହୋଇଲେ ।
ଅଯୋଧ୍ୟା ଯିବାକୁ ଯେମନ୍ତେ କୁହନ୍ତେ
ହସିଦେଲେ କୃପାସିନ୍ଧୁ ।
ପିତାଙ୍କର ସତ୍ୟ ପୁରଣ ନୋହିବ
ନ ଝରାଅ ଅଶ୍ରୁ ବିନ୍ଧୁ ।
ଯେମନ୍ତେ ପ୍ରକାରେ କହିଲେ ଭରତ
ପ୍ରଭୁ କରିଲେ ବାରଣ ।
ପାଦୁକା ହଳକ ଧରିଣ ଭରତ
ଫେରିଲେ ଅଯୋଧ୍ୟା ପୁଣ ।
ସିଂହାସନେ ରଖି ପାଦୁକା ଦ୍ୱୟକୁ
ନିତି ପୂଜାପାଠ କରି ।
ଅଯୋଧ୍ୟା ରାଜ୍ୟକୁ ଚଳାନ୍ତି ସଧିରେ
ରାମ ନାମ ମନେ ସ୍ମରି ।
ଅଯୋଧ୍ୟା କାଣ୍ଡର କଥା ମାନ ଏହୁ
ହୋଇଲାକ ସମାପନ ।
ବାକ୍ୟଦେବୀ ଯାହା କହିଲେ ଶୂନ୍ୟରୁ
ଲେଖିଦେଲି ମୁହିଁ ପୁଣ ।