STORYMIRROR

Pratima Satpathy

Children

4  

Pratima Satpathy

Children

ସଂକଳ୍ପ.

ସଂକଳ୍ପ.

1 min
355


ଆମେ ଏ ଦେଶର କୁନି  

    ରାଣୀ ଓ ରାଜା

ଉଡ଼ାଇବା ଦେଶେ ଶାନ୍ତି

     ମୈତ୍ରୀର ଧ୍ୱଜା ।


ଜନ ପରଜାଙ୍କ ହିତେ

    ଦେବା ଜୀବନ

ମାନବ ଜୀବନ ଆମ 

   ହୋଇବ ଧନ୍ୟ ।


ଗାନ୍ଧିଜୀଙ୍କ ରାମ ରାଜ୍ୟ

   ଆମେ କରିବା

ଅହିଂସା ମନ୍ତ୍ରରେ ଆମେ 

   ଦୀକ୍ଷିତ ହେବା ।


ଦୁଃଖି ରଙ୍କୀଙ୍କର ଆଖି

     ଲୁହ ପୋଛିଣ

ଗୋପବନ୍ଧୁ ପରି ଆମେ 

    ରଖିବା ନାମ ।


ସତ୍ୟ ଶାନ୍ତି ଦୟା କ୍ଷମା

     କରି ଭୂଷଣ 

କରିଯିବା ଦେଶେ ଆମେ

   ନୁଆ ଶାସନ ।


ଧରମା ବାଜିରାଉତ

    ଆମରି ପରି

ଛୋଟ ପିଲା ଥିଲେ ହେଲେ

     ଗଲେକି ଡରି ।


ଦେଶ ପାଇଁ ଜୀବନକୁ

     ବାଜି ଲଗାଇ

ସବୁଦିନ ପାଇଁ ଗଲେ

     ଅମର ହୋଇ ।


ଆସ ଆମେମାନେ ଦୃଢ଼ 

      ସଙ୍କଳ୍ପ ନେବା

ଭଲ କାମ କରି ଦେଶ

    ନାମ ରଖିବା ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Children