STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ସଂକଳ୍ପ ର ସିଦ୍ଧି

ସଂକଳ୍ପ ର ସିଦ୍ଧି

1 min
345

ଏ ମା'ଦେଖନା ତୋ ପୁଅକୁ

ତୋ ହାତ ଗଢ଼ା କାଦପିଣ୍ଡୁଳାକୁ

ସେ କେମିତି ମଣିଷ ହେଇଯାଇଛି

ଜନମାନସରେ ସୁଖ୍ୟାତି ପାଉଛି

ତୁ କହୁନା ମା' "ଚାନ୍ଦୁ ପାଠ ପଢ଼" କାଳିଆ ଘୋଡାରେ ଚଡ଼ିବୁ ମଧୁବାରିଷ୍ଟର ସଂଗେ ଲଢ଼ିବୁ

ତୋରି ମାଧୁଆ ପୁଅ;ଯିଏ କଲି ଦୁଷ୍ଟ ହଉଥିଲା ,

ଅଝଟ ହଉଥିଲା ,ଯାହା ପାଇଁ ଗାଁ ସାରା ତତେ ଗାଳି ଦଉଥିଲେ

ସେ ଆଜି ସେଇ ଲୋକଙ୍କର ସେବକରୁଛି

ମୁଁ ସିଦ୍ଧି ପାଇଯାଇଛି ଲୋ ମା'

ସମାଜରେ ଦଳିତମାନଙ୍କୁ ପଢେଇ

ତାଙ୍କ ଦୁଃଖରେ ଦୁଃଖୀ ହେଇ

ତାଙ୍କ ମତରେ ଅଭିମତ ରଖି

ତାଙ୍କ ମୁହଁରେ ଦୁଇଅଳି ଖାଇବାକୁଦେଇ

ସର୍ବପରି ତାଙ୍କ ଅସହାୟତରେ ମେରୁଦଣ୍ଡ ପରି ଛିଡା ହୋଇ

ମା' ! ଏ ମା ତତେ ଆଉ କେହି ଗାଳିଦେବେନି ଲୋ

ମୁଁ ଆଉ ବଦମାସୀ କରିବିନି

ଥରେ ଚାଲିଆ ମୋ ପାଖକୁ ଦେଖିବୁ ତୋ ପୁଅକୁ

ତୋ କଥା ରେ ସଂକଳ୍ପ ନେଇ

ଆଜି ସେ ସିଦ୍ଧି ପାଇଯାଇଛି ଲୋ ହଁ !ପାଇଯାଇଛି

ତୁ ସିନା ଆଉ ଫେରିବୁନି ହେଲେ

ତୋ କଥା କୁହା ବନ୍ଧୁକଟା

ଆଜି ବି ମୋ କାନ ରେ ଗୁଞ୍ଜରିତ କରିଚେତେଇଦଉଛି

ମାନବିକତାର ପୁଞ୍ଜି

ସମାଜସେବାର ମୂଳମନ୍ତ୍ର ରେ କର୍ତ୍ତବ୍ୟନିଷ୍ଟ

ଆଉ ସୃଷ୍ଟି କରିଛି ମା'ନଥିବା ପୁଅ ଭଳି ଚନ୍ଦ୍ରଗୁପ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract