STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ସମସ୍ୟା ର ସମାଧାନ

ସମସ୍ୟା ର ସମାଧାନ

1 min
488

ଦିନେ ମୁଁ ହଜିଥିଲି ଅରଣ୍ୟର

ମଧ୍ୟସ୍ଥଳୀରେ;ଏକ ଚିନ୍ତାପୂର୍ଣ ପ୍ରହେଳିକାରେ

ବିବାହର ଭୋଜନ ରେ

ନିଜକୁ କରିଥିଲି ଏକାନ୍ତ ମଗ୍ନ

ଠିକ ଏକ ବଗ ର ଧ୍ୟାନ ସଦୃଶ୍ୟ

ଖାଦ୍ୟଗୁଡା ପେଟରେ ଗାଉଁଗାଉଁ ପସୁଥିଲା

ମୁଁ ମଧ୍ୟ କରୁଥିଲି ଉପଭୋଗ

ହେଲେ;ଭୁଲିଯାଇଥିଲି ଗୋଟିଏ କଥା

ପାଚେରୀ ତଥା ଦ୍ଵାର କୁ ଲୁଚିଲୁଚି

ଅତିକ୍ରମ କରିପହଂଚିଥିଲି

ହେଲେ ଫେରିବାର ମୁହୁର୍ତ୍ତରେ

ସାର ଙ୍କ ହାତରେ ଧରା ପଡିବା,

ଧରା ପଡି ମାଡ ଖାଇବା

ମାଡଖାଇ ବାପାଙ୍କ ପାଖରେ କଥା ପହଂଚିବା

ଏକ ନିତ୍ୟାନ୍ତ ଏକାନ୍ତର ତଥା ଗୋପନୀୟ

ସତ କହିବାକୁ ଗଲେ ମୁଁ ଅଠାକାଠି ରେ

ଜଡବଡ଼ ହଉଥିଲି,ପିଟିଛାଟି ବାହାରିବାର ଚେଷ୍ଟାରେ

ମୋତେ କବଳିତ କରିଥିଲା

ସାର ଙ୍କ ହାତରେ ତ ଧରା ପଡିବି

ତେଣୁ;ହାତ ଗୋଡ ଧରି ଭୁଲ ମାଗିବି

ମାରିଲେ ପଛେ ମାରନ୍ତୁ କଥା କୁ ତ କାନ୍ଥ ଆଉ ଶୁଣିବନି

କହିଲି ସାର ମୁଁ ଆଉ ଥରେ

କେବେ ଭୁଲ କରିବିନି

ସବୁ ପରୀକ୍ଷା ରେ ଭଲ ମାର୍କ ରଖିବି

ମନ ଦେଇ ପାଠ ପଢିବି

ବାସ ସେଇଦିନ ର ହଷ୍ଟେଲ ର

କଥା ମୋତେ ଭାବ ବିହ୍ଵଳିତ କରୁଛି

ଆଉ ପ୍ରତିଟି ମୁହୂର୍ତ୍ତ ରେ ମୋତେ

ଆଜି ବି ଚିନ୍ତିତ କରୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract