STORYMIRROR

Ankit kumar Dhal

Abstract Inspirational

3  

Ankit kumar Dhal

Abstract Inspirational

ବାପା !

ବାପା !

1 min
312

ବାପା ତମେ ଗଢିଥିଲ ସୁନାର ସଂସାର ,

ସେ ସଂସାର ଆଉ ନାହିଁ ତମ ଭାଇ ଅଶାନ୍ତି କରୁଛି ,

ତା ସ୍ତ୍ରୀ ପିଲାଙ୍କୁ ନେଇ

ସ୍ୱପ୍ନର ଘର ମନ୍ଦିର ହେବାକୁ ଇଚ୍ଛା କରିଥିଲ ଯେବେ

ତମେ ଚାଲିଗଲ ଦୁନିଆକୁ ଏଠି ରହିଲ ନାହିଁତ କେବେ

ସପ୍ନ ଅସୁମାରୀ ଆଶାର ଲହରୀ

ମୋ ମନ ଯାଉଛି ବେଶୀ ଖେଳିଖେଳି

ଦୁନିଆ ବାଟରେ ଏକାକୀ ଚାଲୁଛି

ବାପା ତମେ ନାହଁ ବୋଲି ମୁଁ ତ ଜାଣିଛି

ତଥାପି କି ମୁଁ ତୁମକୁ ଭୁଲି ପାରୁଛି

ମୋ ପାଗଳାମି ପାଇଁ ମୁଁ ନୀତି ଖୋଜୁଛି

ତମେ ଗଢିଥିଲ ସ୍ମୃତିର ସାଗର

ପୁରା କରିବାକୁ ପାଉନିତ କାତ

ଅଗାଧ ଜଳ ରେ ନାଆ ଉବୁଡୁବୁ

ବଞ୍ଚିବାକୁ ମୋର ନାହିଁ ଇଚ୍ଛା ଆଉ

ପ୍ରେମର ଜହର ପିଆଇ,ଆଶାର ଆଲୋକ ଦେଖାଇ

ଛାଡିଚାଲିଗଲ ମୋତେ

କହିପାରିବକି ମୁଁ ବଞ୍ଚିବି ଆଉ ଦିନ କେତେ ?

କିଏ ଆଉ ମୋତେ ଡାକିବ

ଡାକି ପାଖେ ଗେଲ କରିବ

କିଏ ମୋ ସାଥେ ଲାଗିବ

ଲାଗୁଲାଗୁ ରାଗ ହେଲେ ତା' ହାତରେ ମାରିବ

ଦୁନିଆ ଭିତରେ ତମେ ତ ଥିଲ

ନିଜର ବୋଲି ମୋତେ ଭାବୁଥିଲ

ତମେ ଚଡ଼ିଗଲା ପରେ

ବଞ୍ଚିଛି ମୁଁ ଧୀରେଧୀରେ

ଭାବୁଛି କେମିତି ମୋ ଭାବନା ମଧ୍ୟେ

ଦେଖୁଛି କିପରି ସ୍ମୃତିର ନୟନେ

ଖେଳୁଛି ଲୁଚକାଳି ମୁଁ ତୁମ ସାଥେ

ଭାବଲୁଚକାଳି ସ୍ମୃତି କୁ ଜାବୁଡି

ଖେଳୁଛି ତୁମ ସାଥେ ପ୍ରେମର କବାଡି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract