STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ମନେପଡେ

ମନେପଡେ

1 min
307

କେଉଁ ପାପ ଆଉ ଅପରାଧେ ମୋତେ

ଛାଡିଚାଲି ଗଲ ବାପା

ତୁମ ଦରକାର ପଡୁଛି ଏତେ କାନ୍ଦିକାନ୍ଦି ଆଜି ହେଲିତ ଚୋପା

ସବୁ ଦୁଃଖ କଷ୍ଟ ସହି

ଯନ୍ତ୍ରଣାକୁ ସାଥି କରି

ଅନ୍ତ୍ରର ମଧ୍ୟରେ ସବୁ ଚାପିରଖି

ଶୋଇଗଲ କିଆଁ ଜୀବନ ପାଇଁ

ଡାକିଲେ ତମେ ତ ଆଉ ଶୁଣୁନାହଁ

କାଠ ପିଣ୍ଡ ପରି ପଥର ହୋଇଲ

ପଚାରିଲେ ତମେ ଉତ୍ତର ଦେଉନ

ସତେକି ତମେ ହୋଇଲ କାଲ

ମନ ତୁମ ବାଲିଘର ପ୍ରେମତୁମ ଦୁର୍ବଳ

ତଥାପି କରୁଥିଲା ନୀତି ଆଲିଙ୍ଗନ

ମୋ ଦେହେ ଭରୁଥିଲ ଏଇରବତ ବଳ

ଭାଙ୍ଗିଯାଉଥିଲେ ତମେ ଗଢିଡ଼ୁଥିଲ ଅଧଗଢା ମନ

ତମେ ନାହଁ ବାପା ଆଜି ଭାଙ୍ଗି ପଡେ ମୁହିଁ

ବେଳେବେଳେ ମୋତେ ଲାଗେ ହାରିଯିବି ଆଜି

କାନ୍ଦିକାନ୍ଦି ନିଜେ ନିଜ ମନକୁ ବୁଝାଇ

କହିଚାଲେ ବାପା ମୋର ଫେରିବେ କାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract