STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ସେଇ ଫୋଟୋ

ସେଇ ଫୋଟୋ

1 min
205

ଆଜିବି ସେ ଆଲବମ କୁ ଦେଖିଲେ

ସବୁ ନୂଆ ନୂଆ ଲାଗେ

ଅତୀତ ର ସ୍ମୃତି ବର୍ତ୍ତମାନ ଭଳି ପ୍ରତୀତ ହୁଏ

ଲାଗେ ଯେମିତି ବୟସ ର ପୂର୍ଣ୍ଣଛେଦ

କୁଆଡେ ବାଟ ଓଗାଳି ବସିଛି

ଆଉ ହାତଠାରି ଡାକୁଛି

ତମେ ଆଜିବି କଷି କାକୁଡି

ତମର ଦନ୍ତପଂକ୍ତି ଗୁଡା

ସେମିତି ଖିଲିଖିଲି ହସୁଛି

ସମାଜର ବୁଢାଗୁଡା ଆଜି ଯୁବାବସ୍ଥାକୁ ଫେରାନ୍ତି

ଠିକ ସେତିକି ବେଳେ

ଲେମ୍ବୁରସ ନିଗିଡି ଓଠ କୁ ଚୁମୁଚି

ଆଉ ବର୍ଷା ବିନ୍ଦୁ ମାଟିକୁ

ସେତେବେଳେ ତ ଓଦା ହୁଏ ତମର କିମ୍ବଦନ୍ତୀ

ବାପା ଆଜିବି ସତେଜ ଦିଶୁଛନ୍ତି

ମା' ର ତ ଯୌବନ ସଜସଜ

ଜେଜେବାପା ଗୋଟେ ଦାରୁବ୍ରହ୍ମ ଭଳି

ଜେଜେମା' ର ବଳ ଗାଣ୍ଠିଏ

ହେଲେ ବିଚାରା ମୁଁ ମୂଷା ଛୁଆ ଭଳି

ଜୁଳୁଜୁଳୁ ହେଇ ଅନେଇଛି

ସତରେ ଏ ଫୋଟୋ ଗୁଡା

କାଲି ର ଅତୀତକୁ ତେଜିଆନ କରୁଛି

ଓ ଦିଇ ଠୋପା କଥା କହି ଯାଉଛି

ମୁଁ ଆଉ ଫେରିବିନି ମୁଁ ଆଉ ଫେରିବିନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract