STORYMIRROR

Ankit kumar Dhal

Abstract

2  

Ankit kumar Dhal

Abstract

ଅପରିଚିତ ମାନବ

ଅପରିଚିତ ମାନବ

1 min
310

ଗହଳି ଚହଳି ତୀବ୍ରତାରେ

ସେସମଗ୍ରାଫ ର ତାପମାତ୍ରା

ଧୀରେ ଧୀରେ ବଢିଚାଲେ

ଆରି ଭିତରେ ବି ବସ ର ପେଁ ଶବ୍ଦ

ଭାରି ମଜ଼ାଦାର ଥିଲା

ହେଲେ କେତେ ବେଳେ ଅଦ୍ଭୁତ ମାନବ

ମୋ ପାଖରେ ଉଭହେଇ

ମହାଶୟ ଜଣକ ପଚାରିଚାଲିଲେ

କୁଆଡେ ଯିବ ବାପା

ତମ ଘର କଉଠି

ତମ ନାଁ କଣ

ତମ ବାପା ଙ୍କ ନାଁ କଣ

ଏମିତି କିଛି ଅକୁହା କଥାରେ ବିବ୍ରତ କରୁଥିଲେ

ମୁଁ ହାଁ ଟା ପରି ଅନେଇଥାଏ

ମୋର ଆଲୁଅ ଭରା ନୟନରେ

ସେ ଦିନ ଲୋକ ଜଣକ ଥିଲେ

ଖୁବ ରୁକ୍ଷ ,ଦରିଦ୍ର ,ଅସହିଷ୍ଣୁତାର

ଗନ୍ତାଘର ରେ ଜଡବଡ ଏକ କଏଦୀ

କିଛି ସମୟପରେ ବାବୁ ଆସି ପଇସା ମାଗିଲେ

ଏ ଦିଅ ଦିଅ

ହେଲେ ଲୋକ ଜଣକ କହିଲେ

ଭଗବାନ ତମର ମଙ୍ଗଳ କରିବେ

ମୋ ପାଖରେ ପଇସା ନାହିଁ

ହେଲେ ସେ ନାଚଡବନ୍ଧା

କେତେ କାଉଟି ମିନତୀ ହେଲେ କଣ ଛାଡ଼ୁଛି

ଶେଷରେ ମୁଁ ହିଁ ଦେଲି

ମୋ ନିଆଣ୍ଟିଆ ପ୍ୟାକେଟର ମୁଣିରୁ

ହୃଦୟର ଆଘାତକୁ

ଆଉଁସି ମୁଁ ସାଜିଥିଲି

ସେ ଲୋକପାଇଁ କୁତଜ୍ଞତାର ପାତ୍ର

ମାନବିକତାର ମଣୀ

ଆଉ ନିଜଲୋକ ଠୁ ନିହାତି ଅନ୍ତରଙ୍ଗ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract