ଭ୍ରମଣ କାହାଣୀ
ଭ୍ରମଣ କାହାଣୀ
ଯେଉଁଠି ସୂର୍ଯ୍ୟଙ୍କ କିରଣ ଓ
ପଦ୍ମ ର ନାଡ ସହ ମିଳନ ହୁଏ
ଯେଉଁଠି ପାହାଡିଆ କ୍ଷେତ ର ଧାନ ବିଲ ସହ
ଇନ୍ଦ୍ରଧନୁ ର ସପ୍ତରଙ୍ଗ କୁ ଦର୍ଶନ କରେ
ଯେଉଁଠି ପକ୍ଷୀ ର କିଚିରିମିଚିରି ଶବ୍ଦ ସହ
ବାଘ ର ଗମ୍ଭୀର ସ୍ୱର ଶୁଭେ
ଯେଉଁଠି ପ୍ରେମିକର ବିରହ
ଆଉ ପ୍ରେମିକାର ପ୍ରତାରଣା ର ଛନ୍ଦ ସୃଷ୍ଟି ହୁଏ
ଯେଉଁଠି ବାପା ର ପ୍ରହାର
ଆଉ ମା' ର ସ୍ନେହ ଢାଳିହୁଏ
ଯେଉଁଠି ନିଳଆକାଶ ଆଉ
ପାଳଟଣା ବୋଇତ ର ସଂଘର୍ଷ ହୁଏ
ଯେଉଁଠି ନିଶବ୍ଦ ରାତ୍ରି ଆଉ
ଆଖିର ଲୋତକ ବଳିପଡ଼େ
ମୁଁ ସେଇଠି ପାଲଟେ
ଗୋଟେ ଭାବୁକ
ଭାବୁକ ରୁ ପ୍ରେମିକ
ପ୍ରେମିକ ରୁ କବି
ଆଉ ଲେଖିବସେ ନିଜ ଇତିହାସ ର ଭ୍ରମଣ କାହାଣୀ

