STORYMIRROR

Ankit kumar Dhal

Others

3  

Ankit kumar Dhal

Others

ସେ ଅଭ୍ୟାସ

ସେ ଅଭ୍ୟାସ

1 min
193

ଖାସ ତମ ପାଇଁ ତ

ସବୁ କୁଅଭ୍ୟାସ ସବୁ କୁଭାଷାକୁ

ମୋ ଦନ୍ତପଂକ୍ତି ଆଉ ମନରୁ ଫୁ କରି ଉଡେଇଦେଇଛି

ଡିଷ୍ଟବିନ ର ଅଳିଆ ଘରେ

କୁଆଡେ ତମେ ରାଗିବ

ତମେ ରାଗିଲେ ମୋ ଦେହରେ ସୁନାମି ଆସିବ

ତମର ସେ ମିଛମିଛିକା ଅଭିମାନ

ନଖରାମି ରାଗ

ତମ ଦେହର ଖରାପ କଥା

ମୋ ରାତିର ଖାଦ୍ୟ ପଦାର୍ଥ

ସବୁର ଚେର କୁ

ତମେ ହିଁ କାଟି ଦେଇଛ

ସତରେ ତମେ ମହାନ

ନହେଲେ ମୋ ପରି ଅମଣିଷକୁ

ତମ ହାତ ପାପୁଲିରେ ନୁହେଁ

କଥା କୁହା ବନ୍ଧୁକରେ

ଦୁଇ ରାଉଣ୍ଡ ଫଲସ ଗୁଳି ମାରି

ଘାଇଲା କରିନଥାନ୍ତ କି କ୍ଷତାକ୍ତ ବି

ବାସ ଏତିକିରେ ମୁଁ ଆଜି ଖୁସି

ମୋ ଶବ୍ଦରେ ବାରୁଦର ଭଣଭଣ ଗନ୍ଧ ନାହିଁ କି

କୁହୁଡିରେ ଚାଖନର ସ୍ୱାଦ ନାହିଁ

ଯାହା ଅଛି ତାହା ଖାଲି ବିରାଟ ପରିବର୍ତ୍ତନ !! ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍