ସଙ୍କୁଚିତ ମନ ଓ ସମ୍ମୋହିତ ଜୀବନ
ସଙ୍କୁଚିତ ମନ ଓ ସମ୍ମୋହିତ ଜୀବନ


ମନ,
ସେ ଏକ ଅନିୟନ୍ତ୍ରିତ, ଅନିମନ୍ତ୍ରିତ ଓ ଅନିୟମିତ ଅତିଥି ।
ଏ ମନରେ ପ୍ରବଳତା, ପ୍ରଚଣ୍ଡତା ଓ ପ୍ରବଣତା ବି ଜାଗେ,
କେବେ କେବେ............. ସମୟ-ଅସମୟରେ ।
ଅଥଚ, ମନଟା ସାଙ୍କୁଡି ଯାଉଛି ବେଳେବେଳେ
ଏ ସମ୍ମୋହିତ ଜୀବନର ସେ ଫମ୍ପ। ଆଦର୍ଶବାଦରେ, ତା'ର ସବୁଜିମାରେ ।
'ବଣକୁ ଯିବୁ, କୋଳି ଖାଇବୁ, ବାଘ ମାମୁଁ ଆସିଲେ ଡରିବୁ ନାହିଁ'
ବୋଲିରେ ଜୀବନ ତ ଆହ୍ଵାନୁଛି ତା'କୁ ନିଇତି,
ସେ କି ଜାଣେ ସେ ଜୀବନର ମାୟା ?
ସେ ତ ତା' ଆପଣ। ସଙ୍କୀର୍ଣ୍ଣତାରେ ସମ୍ରାଟ,
ନିଜ କୂପମଣ୍ଡୁକ ରୂପୀ ବିଶାଳତାର ଭ୍ରମ ହିଁ ତା' ପରିଚୟ !
ଉର୍ଦ୍ଧ୍ଵଗାମୀ-ଅଧଃଗାମୀ-ବହିର୍ଗ।ମୀର ସ୍ରୋତ ସେ ଧରେ ନାହିଁ ।
ହଁ, ମାନୁଛି ।
କେବ
େ କେବେ ଲକ୍ଷ୍ମଣରେଖା ଡେଇଁଯିବାକୁ ହୁଏ,
ମାୟାର ଚକ୍ରବ୍ୟୁହରେ ପଡିବାକୁ ହୁଏ ।
ଦୃଷ୍ଟି ତ ସେପରି-
'ଯାଦୃଶି ଭାବନା ଯସ୍ତୀ, ସିଦ୍ଧି ଭବତି ତାଦୃଶୀ' !
ଭଳିକି ଭଳି ସ୍ଵପ୍ନ-ଐନ୍ଦ୍ରଜାଲର ଭେଳିକି,
ସେଥିରେ ବା ନ ଯିବ ସେ କାହିଁକି ?
ଉଚ୍ଚାଟନ, ଉଦବିଗ୍ନ, ଉଦବେଳନ
ସବୁ ତ ଆନ୍ଦୋଳିତ କରୁଛି ତା'କୁ |
ଛନ୍ଦି ହେଉଛି ସେ, ବାନ୍ଧି ହେବା ପାଇଁ |
ଊଲୁସାଉଥାଏ,ଉଖୁରାଉଥାଏ,
ତା' ବେଷ୍ଟନୀ ମଧ୍ୟେ ମଧ୍ୟେ |
ସଙ୍କୀର୍ଣ୍ଣତାର ଗଣ୍ଡି ଚେତଉଥାଏ ଖୁବ |
ଛକାପଞ୍ଝା ଲାଗି ରହିଥାଏ |
ଛଟପଟ ହୁଏ, ଅସ୍ତବ୍ୟସ୍ତ ଲାଗେ,
ଜୀବନ ପୁଣି ଆଲୋଡିତ କରାଏ ବିହ୍ଵଳତାରେ |
ଆଉ ସେ ପୁଣି ହଜି ଯାଏ ତା' ବିବିଧତାରେ |